www.samajalive.in
Sunday, December 7, 2025
14.1 C
Bhubaneswar

ଆଦିବାସୀଙ୍କ ହିରେଇ ପର୍ବ ପାଳନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କିଛି ଗାଁରେ ଏପ୍ରିଲ ମାସ ଏକ ତାରିଖରୁ ଆଦିବାସୀ ମାନଙ୍କ ହିରେଇ ପର୍ବ ପାଳନ କରାଯାଇ ଥିବା ଦେଖିବାକୁ ମିଳିଛି। ନିଜ ଗାଁ ମୁଣ୍ଡରେ ଥିବା ଝାଙ୍କିରିଠାରେ ପଶୁବଳି ଛେଳି, କୁକୁଡ଼ା, ପାରା, ଲିଆ ମୁହାଁ ଦୀପଧୂପ ଜାଳି ପୂଜା ପାଠ କରିଥାନ୍ତି। ଭୋଜି ଭାତ କରି ନାଚ ଗୀତ ଗାଇ ଧୁମଧାମରେ ଏହି ପର୍ବ ପାଳନ କରିଥାନ୍ତି। ଏହି ହିରେଇ ପର୍ଵକୁ ପ୍ରତ୍ୟେକ ବର୍ଷ ଏପ୍ରିଲ ମାସ ଏକ ତାରିଖରୁ ଆରମ୍ଭ କରି ମାସ ଶେଷ ଯାଏଁ ପାଳନ କରି ଥାହାନ୍ତି । ଏପ୍ରିଲ ମାସକୁ ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ନୂତନ ବର୍ଷ ହିସାବରେ ନିଜ ନିଜ ଗାଁରେ ଥିବା ଝାଙ୍କିରି ବା ଗ୍ରାମ ଦେବୀଙ୍କ ନିକଟରେ ନୂଆବିହନ ମୁଠି ଚାଷ କାମ ବା ହଳ ଲଙ୍ଗଳ ଚଷା କାମ ଆରମ୍ଭ କରିଥାନ୍ତି। ନୂଆ ଶାଢ଼ୀ ଡ୍ରେସ ପିନ୍ଧି ସଜବାଜ ହୋଇ ଘରେ ଘରେ ପିଠା, ପଣା, କରି ଧୁମଧାମରେ ପର୍ଵ ପାଳନ କରିଥାନ୍ତି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories