www.samajalive.in
Wednesday, December 10, 2025
15.1 C
Bhubaneswar

ହୃଦଘାତରେ ସିଆରପିଏଫ ଯବାନଙ୍କ ମୃତ୍ୟୁ

କଲ୍ୟାଣସିଂହପୁର : ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ରାୟଗଡା ୪ର୍ଥ ବାଟାଲିୟନ ଦ୍ୱାରା ପରିଚାଳିତ ହେଉଥିବା ବିଜେପୁର ସିଆରପିଏଫ ଏଫ୪ର୍ଥ କମ୍ପାନୀର ଯବାନ ଅରବିନ୍ଦ କୁମାର(୪୬)ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।ଉକ୍ତ ଯବାନ ବିଜେପୁର ସିଆରପିଏଫରେ ବହୁ ଦିନ ଧରି କାର୍ଯ୍ୟରତ ଥିଲେ । ଗତ କାଲି ସନ୍ଧ୍ୟାରେ ଅରବିନ୍ଦ ଅସୁସ୍ଥ ଅନୁଭବ କରିବା ପରେ ଛାତିବ୍ୟଥା ହେଉଥିବା ସେଠାରେ ଥିବା ସାଥି ଯବାନ ଭାଇଙ୍କୁ କହିଥିଲେ । ସେହିଠାରୁ ଯବାନ ମାନେ ଅରବିନ୍ଦଙ୍କୁ ଆଣି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ସତ୍ୟନାରାୟଣ ଦାସ ପ୍ରାଥମିକ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ । ମୃତ ଯବାନଙ୍କ ଘର ଉତ୍ତର ପ୍ରଦେଶ ରାଜ୍ୟର ହରପୁର ଜିଲ୍ଲା ସଦର ଥାନା ବାବୁଘର ଛଭାନୀ ଥାନା ଅଧିନସ୍ଥ ଭରଙ୍ଗ ପୁର ଗ୍ରାମ ବୋଲି ଜଣାପଡିଛି । ଆଜି ସକାଳୁ ବିଜେପୁର ଥାନା ଏଏସଆଇ କେ ସି ମାଝୀ ଓ କେ ଏସ ମାଝୀ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରି ଘଟଣାର ତଦନ୍ତ ଚଳାଇଛନ୍ତି । ବ୍ୟବଚ୍ଛେଦ କରିବା ପରେ ତାଙ୍କ ମୃତ ଶରୀରକୁ ନିଜ ଗ୍ରାମକୁ ପଠାଇ ଦିଆଯିବ ବୋଲି ସିଆରପିଏଫ ପକ୍ଷରୁ ସୂଚନା ମିଳିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories