www.samajalive.in
Sunday, December 7, 2025
26.1 C
Bhubaneswar

ଜିଲୁଣ୍ଡା ଠାରୁ କତାଗୁଡା ରାସ୍ତା ଅବସ୍ଥା ଶୋଚନୀୟ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ଅଧୀନରେ ଥିବା ଜିଲୁଣ୍ଡା ଠାରୁ କତାଗୁଡା ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବା ଅଭିଯୋଗ ହୋଇଛି । ୨୦୧୭ ମସିହା ୧୬ ତାରିଖରେ ବାଦଲ ଫଟା ବର୍ଷା ହୋଇ ନାଗାବଳୀ ନଦୀରେ ବନ୍ୟା ହୋଇ ୫ଟି ପୋଲ ଭାଙ୍ଗି ଭାସିବା ସହ ପ୍ରାୟ ୧୦ଟି ଗାଁରେ ପାଣି ପଶି ବହୁ ଧନସମ୍ପତି ନଷ୍ଟ ହୋଇଥିଲା । ପାଳିତ ପଶୁ, ପକ୍ଷୀ ଭାସିଯାଇଥିବା ବେଳେ ବହୁ ରାସ୍ତାଘାଟ ନଷ୍ଟ ହୋଇଥିଲା। ଏହି ବନ୍ୟାରେ ଜିଲୁଣ୍ଡା ଠାରୁ କତାଗୁଡା ରାସ୍ତା ନଷ୍ଟ ହୋଇଯାଇଥିଲା । ଉକ୍ତ ରାସ୍ତାରେ ରୋଗୀ ,ଗର୍ଭବତୀ ,ଶିଶୁ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ପ୍ରକାଶ ପାଇବା ପରେ (ଆରଡ଼ି) ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ୨୨ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ପ୍ରାୟ ୧.୫୦କିମି ରାସ୍ତା ନିର୍ମାଣ କରାଯାଇଥିଲା।

ଉକ୍ତ କାର୍ୟ୍ୟର ସୂଚନା ଫଳକ ଲଗା ଯାଇନାହିଁ । ତାହା ଆଠ ମାସ ନ ପୁରୁଣୁ ରାସ୍ତାର ଅବସ୍ଥା କହିଲେ ନ ସରେ । ସାମାନ୍ୟ ବର୍ଷା ହେଲା ମାତ୍ରେ ଉକ୍ତ ରାସ୍ତାରେ ଯାତାୟତ କରିବା ବହୁ କଷ୍ଟ ଅନୁଭବ କରୁଛନ୍ତି । ଉକ୍ତ ରାସ୍ତାରେ ମଧ୍ୟ ରୋଗୀ ବୁହା ଗାଡି ଯିବା କଷ୍ଟ ହୋଇପଡିଛି । ଉକ୍ତ ରାସ୍ତା ପାଇଁ ମନରେଗା ଯୋଜନାରେ ବାରମ୍ବାର ଲକ୍ଷାଧିକ ଟଙ୍କା ବ୍ୟୟ କରି ରାସ୍ତା ମରାମତି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଆଜି ଉକ୍ତ ରାସ୍ତାଟି ଯେଉଁ ଅବସ୍ଥାରେ ରହିଛି ଲୋକେ ପାଦରେ ଚାଲିକି ଯିବା ମୁସ୍କିଲ ହୋଇ ପଡିଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ କତାଗୁଡା ଗ୍ରାମବାସିନ୍ଦା ସହ ବ୍ଲକ ବାସୀ ଅନୁରୋଧ କରିଛନ୍ତି। ଫଳରେ ସତ୍ୟ ଘଟଣାଟି ପଦାକୁ ଆସିବା ସହ ସରକାରଙ୍କ ଅଯଥା ଖର୍ଚ୍ଚ ବଞ୍ଚିତ ରହିବ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories