www.samajalive.in
Monday, December 8, 2025
14.1 C
Bhubaneswar

ସହିଦ ସପ୍ତାହ ପାଳନ ପାଇଁ ନିୟମଗିରିରେ ମାଓ ପୋଷ୍ଚର

କଲ୍ୟାଣସିଂହପୁର : ମାଓବାଦୀଙ୍କ ସହିଦ ସପ୍ତାହ ପାଳନ କରିବା ପାଇଁ ନିୟମଗିରିରେ ପାଞ୍ଚଟି ପୋଷ୍ଟର ସହ ଗୋଟିଏ ବ୍ୟାନର ଲଗାଇ ଶେଷରେ ସିପିଆଇ ମାଓବାଦୀ ବାଘୁନା ଡିଭିଜନ କମିଟି ବୋଲି ଉଲ୍ଲେଖ ରହିଛି । ଏହି ପୋଷ୍ଟରଟି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରିର ପାର୍ସାଲି ପଞ୍ଚାୟତରେ ଲାଗିଥିବା ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟର ଓ ବ୍ୟାନରରେ ଉଲ୍ଲେଖ ରହିଛି ଯେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟେକ ଗାଁ ଗାଁରେ ସହିଦ ସପ୍ତାହ ପାଳନ କରିବା ନିମନ୍ତେ ଓ ସହିଦ ମାନଙ୍କ ଅଧୁରା ସପ୍ନ, ଶୋଷଣ ମୁକ୍ତ ସମାଜ କାର୍ଯ୍ୟକୁ ପୁରଣ କରନ୍ତୁ ।

ସିପିଆଇ ମାଓବାଦୀର ପ୍ରତିଷ୍ଠାତା କମ୍ରେଡ଼ ଚାରୁ କ.କହ୍ନାଇ,ନିୟମଗିରିର ବିର ସହିଦ କର୍ମେଡ ପଦ୍ମା (ମିଜି), ଲଳିତ ରିତୁ, କାମଳା, ପଦ୍ମା, ଅଞ୍ଜଳି, ନନ୍ଦୁ, ଗୀତା ଅମର ରହେ ବୋଲି ଉଲ୍ଲେଖ ରହିଛି । ସହିଦ ମାନେ ସତ୍ୟ ଜୟୀ ସିପିଆଇ ମାଓବାଦୀ ବାଘୁନା ଡିଭିଜନ କମିଟି ପକ୍ଷରୁ ଉଲ୍ଲେଖ କରି ପୋଷ୍ଟର ବ୍ୟାନରେ ଉଲ୍ଲେଖ କରି ଜାହିର କରିଛନ୍ତି । ଉକ୍ତ ବ୍ୟାନରଟି ପାର୍ସାଲି ପଞ୍ଚାୟତର ନୂତନ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ଫାଟକରେ ଲାଗିଥିବାବେଳେ ଅନ୍ୟ ପୋଷ୍ଟର ଗୁଡିକ ପୁରୁଣା କାର୍ଯ୍ୟାଳୟ ସମ୍ମୁଖ ଆମ୍ବ ଗଛରେ ୨ଟି, ରାଜୀବଗାନ୍ଧି  ସେବା କେନ୍ଦ୍ରରେ ଗୋଟିଏ ଓ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଆମ୍ବ ଗଛରେ ୨ଟି ସମୁଦାୟ ୫ଟି ପୋଷ୍ଟର ଲଗାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବ୍ୟାନର ସହ ୫ଟି ପୋଷ୍ଟର ଜବତ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories