www.samajalive.in
Sunday, December 7, 2025
26.1 C
Bhubaneswar

ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପୂର୍ତ୍ତବିଭାଗ ଡାକ ବଙ୍ଗଳା ପରିସରରେ ସ୍ଥାନୀୟ ଲ୍ୟାମ୍ପ ପକ୍ଷରୁ ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଛି । ଲ୍ୟାମ୍ପ ଶାଖା ପରିଚାଳକ ଚିନ୍ତାଡି କୋଟେଶ୍ୱର ରାଓଙ୍କ ଅଧକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆର ସିଏସ ଦୀପକ ବାରା ଯୋଗଦେଇଛନ୍ତି ।ସମ୍ମାନୀୟ ଅତିଥି ଭାବେ ରାୟଗଡା ବ୍ୟାଙ୍କ ଶାଖା ପରିଚାଳକ ହରିଅର୍ଜୁନ ବିଶୋଇ, ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଲ୍ୟାମ୍ପ ପରିଚାଳନା କମିଟିର ସଭାପତି ଶଙ୍କର ହୁଈକା, ଉପସଭାପତି ପ୍ରମିଳା କାଡ୍ରାକା ମଞ୍ଚାସିନ ରହିଥିଲେ । ଏଥିରେ ୩୨ଲକ୍ଷରୁ ଊର୍ଦ୍ଧ୍ବ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ, ଚାଷୀ ଭାଇ ଓ ଭଉଣୀମାନଙ୍କୁ ସହଜରେ ବ୍ୟାଙ୍କିଙ୍ଗ ସୁବିଧା, ଯୁଗ୍ମ ଦେୟ ଗୋଷ୍ଠି ଏବଂ ସ୍ୱୟଂ ସହାୟକ ଗୋଷ୍ଠି ଜରିଆରେ ଭୂମିହୀନ ଚାଷୀ ତଥା ଭାଗ ଚାଷୀମାନଙ୍କୁ ବିନା ଓ ସହଜ ସୁଧରେ କୃଷି ଋଣ ବ୍ୟବସ୍ଥା ରହିଥିବା ଅତିଥିମାନେ କହିଛନ୍ତି । ଉକ୍ତ ବ୍ଲକରେ ୧୪ଟି ପଞ୍ଚାୟତ ରହିଛି । ଏଥିରେ ଦୁଇଟି ପଞ୍ଚାୟତକୁ ନେଇ ଗୋଟିଏ ଲେଖାଏଁ ଲ୍ୟାମ୍ପ କରାଯିବ। ବର୍ତ୍ତମାନ ୬ଟି ସିକରପାଇ, ପୂଜାରିଗୁଡା, ପୋଲମା, ସୁନାଖଣ୍ଡି, ନାରାୟଣପୁର, ବୁଡ଼ାଗୁଡା ଠାରେ ନୂତନ ଲ୍ୟାମ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟ ଅତିଥି କହିଛନ୍ତି । କଲ୍ୟାଣସିଂହପୁର ଲ୍ୟାମ୍ପକୁ ମିଶାଇ ମୋଟ ୭ ଲ୍ୟାମ୍ପ ରହିବ । ପୂର୍ବରୁ ଏହି ବ୍ଲକରେ ଗୋଟିଏ ଲ୍ୟାମ୍ପ ରହିଥିଲା । ବର୍ତ୍ତମାନ ବ୍ଲକରେ, ୭ଟି ଲ୍ୟାମ୍ପ ରହିବ । ଯାହା ଫଳରେ ଚାସିମାନେ ନିକଟସ୍ଥ ଲ୍ୟାମ୍ପରୁ ସୁବିଧା ପାଇପାରିବେ ବୋଲି କହିଛନ୍ତି । ଏହି ମେଳାରେ ସିଙ୍ଗାରି, ପାରସାଲି, କଲ୍ୟାଣସିଂହପୁର ଓ ଧାମୁଣିପଙ୍ଗା ପଞ୍ଚାୟତର ଚାଷୀ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ବୁଡ଼ାଗୁଡା ଓ ଅନ୍ୟଟି ସୁନାଖଣ୍ଡିଠାରେ କର୍ମଶାଳା କରାଯିବ ବୋଲି ସ୍ଥାନୀୟ ଲ୍ୟାମ୍ପ ପରିଚାଳକ ଚିନ୍ତାଡି କୋଟେଶ୍ୱର ରାଓ ସୂଚନା ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଖରିଫ ଋତୁରେ ଚାଷୀଙ୍କୁ ସମାନ ଭାବରେ ଟୋକେନ୍ ମିଳିନଥିବା ସହ ମଣ୍ଡିରୁ ଧାନ ଉଠିନଥିବା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories