www.samajalive.in
Sunday, December 7, 2025
18.1 C
Bhubaneswar

ରାସ୍ତା ପାଲଟିଛି ମରଣ ଯନ୍ତା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ରାସ୍ତା ମରଣ ଯନ୍ତା ପାଲଟିଛି । ପଲମା ଠାରୁ ଥେରୁବାଲି ପର୍ୟ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ କରାଯାଇଛି । ତାହା କାର୍ୟ୍ୟ ସାରିବାର ୭ ମାସ ପରେ ସେଥିରୁ ପିଚୁ ବାହାରି ଖାଲ ଖମାରେ ପରିପୂର୍ଣ୍ଣ ହୋଇଛି । ଏହାକୁ ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ଅଳ୍ପ ଦିନ ମଧ୍ୟରେ ଯେମିତି ଖାଲଖାମା ସେମିତି ହୋଇ ରହିଯାଉଛି । ଏହି ସ୍ଥାନରେ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି ।

ଏହି ରାସ୍ତାରେ କଲ୍ୟାଣସିଂହପୁର ଠାରୁ ରାୟଗଡା ଓ ରାୟଗଡା ଠାରୁ କଲ୍ୟାଣସିଂହପୁର ଅଭିମୁଖେ ଘରେ ।ଇ ବସ ଚଳାଚଳ କରୁଥିବା ବେଳେ ଦୁଇ ,ତିନି ଓ ଚାରି ଚକିଆ ଯାନବାହାନ ମଧ୍ୟ ଯାତାୟାତ କରୁଛି । ଏହି ରାସ୍ତାଟି ନିମ୍ନମାନର କରାଯାଇଥିବାରୁ ରାସ୍ତା ଅବସ୍ଥା ଏଭଳି ହୋଇଥିବା ଅଭିଯୋଗ ହୋଇଛି।  ଏହି ରାସ୍ତାକୁ ତୁରନ୍ତ ଭଲ ଭାବରେ ମରାମତି କରିବା ପାଇଁ ଅଞ୍ଚଳ ବାସୀ ଦାବି କରୁଛନ୍ତି । ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଧବଳେଶ୍ବର ପାତ୍ରଙ୍କୁ ପଚାରିବାରୁ ସେ କହିଲେ ରାସ୍ତା ର ନିଲାମ (ଟେଣ୍ଡର) କରାଯାଇଛି ।ଅଳ୍ପ ଦିନ ମଧ୍ୟରେ କାର୍ୟ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories