www.samajalive.in
Monday, December 15, 2025
16.1 C
Bhubaneswar

ଦେବଗିରି ଶିବପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ପଞ୍ଚମୁଖୀ ସ୍ୱଟିକ ଶିବଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି। ମହାଶିବରାତ୍ରି ଜାଗର ଯାତ୍ରା ପ୍ରଶାସନ ଓ ଦେବଗିରି ପରିଚାଳନା କମିଟି ମିଳିତରେ ଧୁମଧାମରେ ପାଳିତ କରାଯାଇଛି।

ଏଅବସରରେ ଆନ୍ଦ୍ରପ୍ରଦେଶ,ଛତିଶଗଡ଼, ଓଡିଶା ,ମଧ୍ୟପ୍ରଦେଶ ରାଜ୍ୟ ତଥା କଳାହାଣ୍ଡି ଜିଲା ଦୂରଦୂରାନ୍ତରୁ ଭକ୍ତମାନେ ଆସି ଶିଵ ଲିଙ୍ଗ ଦର୍ଶନ କରି ନିଜ ମନସ୍କାମନା ପୂରଣ କରିଥିଲେ। ଦୁଇ ପାହାଡ଼ ମଝିରେ ମହାଦେବ ବିରାଜ ମାନ କରିଛନ୍ତି। ପାହାଡ଼ ଉପରେ ଗୋଟିଏ ଉଣା କୋଟିଏ କୁଣ୍ଡ ରହିଛି ଓ ୫୫୪ଟି ପାହାଚ ଚଡି ଶିବଦର୍ଶନ କରିଥାନ୍ତି ।

- Advertisement -

ସେହି କୁଣ୍ଡରେ ବର୍ଷ ତମାମ ଜଳ ଭାରି ହୋଇ ରହିଥିବ ସହ ଧୋବା ଧୋବୁଣି କୁଣ୍ଡର ମନଲୋଭା ଦୃଶ୍ୟବୁଲି ଦେଖିଥିଲେ। ରାତ୍ରରେ ହରିହର ଭେଟ ସହ ମହାଦୀପ ଦର୍ଶନ କରିବା ପାଇଁ ରାତ୍ରରେ ଉଜାଗର ରହିଥିଲେ। ଏଥିରେ ତହସିଲଦାର ସୁଧାକର ରଇତ, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ,ବିଡ଼ିଓ ସୁନୀଲ ଖରା ,ଆସିଷ୍ଟାଣ୍ଡ କମାଣ୍ଡାର ଡି.କୃଷ୍ଣ।ରାଓ , ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ,ସମେତ ୫ ଅଧିକାରୀ,ଏକ ସେକ୍ସସନ ପୁଲିସ ଓ ଯବାନ ମୁତୟନ କରାଯାଇଛି। କମିଟି ପକ୍ଷରୁ ପାଣି ,ଅର୍ଣ୍ଣ ଭୋଜନ ବ୍ୟବସ୍ଥା କରାଯାଇଥିଲା।

ଏହି ଶିବ ପୀଠରେ ମାନସିକ ଧରିମାନେ ମାନସିକ ପୂରଣ ହେବା ପରେ ମୁଣ୍ଡନ କରିଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ବର୍ଷ ଠାରୁ ଚଳିତ ବର୍ଷ ଭିଡ ପରିଲକ୍ଷିତ ହେବା ସହ ଛୋଟବଡ଼ ଦୋକାନ ରହିଛି। ଗାଡି ପାରକିଙ୍ଗ, ଟ୍ରାଫିକ ନିୟନ୍ତ୍ରଣରେ ପୁଲିସ ଓ କମିଟି ମିଳିତରେ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି। ରାତ୍ରରେ ସାଂସ୍କୃତିକାର୍ଯ୍ୟକ୍ରମ କରାଯିବ ବୋଲି କମିଟି ପକ୍ଷରୁ ଜଣାପଡିଛି। ଏହି ଯାତ୍ରା ସାତଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories