www.samajalive.in
Friday, December 12, 2025
14.1 C
Bhubaneswar

ହରିୟାଣାରରେ ଉତ୍ତର ଭାରତର ପ୍ରଥମ ନ୍ୟୁକ୍ଲିୟର ପ୍ଲାଣ୍ଟ : ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ : ହରିୟାଣାର ଫତେହବାଦ୍ ଜିଲ୍ଲାର ଗୋରଖପୁର ଗ୍ରାମରେ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି କେନ୍ଦ୍ର ବା ନ୍ୟୁକ୍ଲିୟର ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଗୋରଖପୁର ଗ୍ରାମ ରାଜଧାନୀ ଦିଳ୍ଲୀର ଉତ୍ତରରେ ୧୫୦ କିଲୋମିଟର ଦୂରରେ ଅବସ୍ଥିତ। ଶନିବାର ନୂଆଦିଲ୍ଲୀରେ ଆଣିବକ ଶକ୍ତି ଓ ମହାକାଶ ବିଭାଗ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଏଭଳି ଏକ ନ୍ୟୁକ୍ଲିୟର ପ୍ଲାଣ୍ଟ ସ୍ଥାପନ କରିବା ହେଉଛି ମହାନ  ଉପଲବ୍ଧି । ସେ କହିଛନ୍ତି, ପୂର୍ବରୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଏବେ ଉତ୍ତର ଭାରତୀୟ ରାଜ୍ୟ ଗୁଡ଼ିକୁ ପ୍ରାଧାନ୍ୟ ଦିଆଯିବ । ଡକ୍ଟର ସିଂହ ଦେଶର ପରମାଣୁ ସାମର୍ଥ୍ୟ ବୃଦ୍ଧି ବିଷୟରେ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ର ସରକାର ଦେଶରେ ୧୦ଟି ଆଣବିକ ରିଆକ୍ଟର ସ୍ଥାପନ କରିବା ପାଇଁ ଅନୁମତି ପ୍ରଦାନ କରିସାରିଛନ୍ତି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories