www.samajalive.in
Monday, December 15, 2025
27.1 C
Bhubaneswar

ଜିଏସଟି କ୍ଷତିପୂରଣ ବାବଦ ୧୭ ହଜାର କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯିବ : ସୀତାରମଣ

ଡେସ୍କ : ଦ୍ରବ୍ୟ ଓ ସେବାକର(ଜିଏସଟି) ପରିଷଦ ରାଜ୍ୟମାନଙ୍କୁ ଭରଣା କରିବାକୁ ଥିବା ଏସଟି କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ କରିବାକୁ ସ୍ଥିର କରିଛି। ଜିଏସଟି ପରିଷଦର ୪୯ତମ ବୈଠକ ପରେ ନୂଆଦିଲ୍ଲୀଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ କହିଛନ୍ତି, ୨୦୨୨ ଜୁନ୍ ସୁଦ୍ଧା ବକେୟା ଥିବା ପ୍ରାୟ ୧୭ହଜାର କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯିବ । ସେ କହିଛନ୍ତି, ଯଦିଓ ସେହି ଅର୍ଥ
କ୍ଷତିପୂରଣ ଜମାରେ ଏପର୍ଯ୍ୟନ୍ତ ଆସିନାହିଁ କିନ୍ତୁ କେନ୍ଦ୍ର ସରକାର ନିଜ ସମ୍ବଳରୁ ଏହା ଯୋଗାଇଦେବେ । ଶ୍ରୀମତୀ ସୀତାରମଣ କହିଛନ୍ତି, ଜିଏସଟି ଅଧିନିୟମ ୨୦୧୭ ଅନୁଯାୟୀ କେନ୍ଦ୍ର ସରକାର ୫ବର୍ଷ ଯାଏଁ ଦେବାକୁ ଥିବା କ୍ଷତିପୂରଣ ଅର୍ଥ ପ୍ରଦାନ କରିବେ।
ତେବେ ଏହି ଜିଏସଟି ପରିଷଦ ବୈଠକରେ ଖୋଲା ଗୁଡ଼ ଲାଗି ପୂର୍ବ ନିର୍ଦ୍ଧାରିତ ୧୮ ପ୍ରତିଶତ କରକୁ ଉଠାଇ ନିଆଯାଇଥିବା ବେଳେ ପ୍ୟାକିଂ ହୋଇଥିବା ଗୁଡ଼ ଲାଗି ୫ ପ୍ରତିଶତ ଜିଏସଟି ନିର୍ଦ୍ଧାରଣ କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି, ପେନସିଲ୍ କଟର୍ ଉପରେ ଜିଏସଟି ୧୮ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି ଟ୍ରାକିଂ କରୁଥିବା ଯନ୍ତ୍ରାଂଶ ଉପରେ ପୂର୍ବ ନିର୍ଦ୍ଧାରିତ ୧୮ପ୍ରତିଶତ ଜିଏସଟିକୁ ଉଠାଇ ନିଆଯାଇଛି । ଏଥିସହିତ ଶ୍ରୀମତୀ ସୀତାରମଣ କୋଲ୍ ୱାସରୀକୁ ଏବଂ କୋଲ୍ ୱାସରୀରୁ ଯୋଗାଣ ହେଉଥିବା ଅଣ ବ୍ୟବହାର ଯୋଗ୍ୟ କୋଇଲା ଉପରେ ଜିଏସଟି ଛାଡ଼ ବିଷୟ ଘୋଷଣା କରିଛନ୍ତି ।

ଏହି ବୈଠକରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ଦ୍ୱାରା ନାମଲେଖା ଲାଗି କରାଯାଉଥିବା ପ୍ରବେଶିକା ପରୀକ୍ଷା ପାଇଁ ଜିଏସଟି
ଛାଡ଼ କରାଯାଇଛି । ଏହା ବ୍ୟତୀତ ପରିଷଦ ଲଘୁ ଜିଏସଟି ଦାତାଙ୍କ ପାଇଁ ୨୦୨୨-୨୩ ବର୍ଷର ବିଳମ୍ବ ଜମାକାରୀଙ୍କ ଲାଗି ବିଳମ୍ବ ଦେୟ ହ୍ରାସ କରିବା ଲାଗି ନିଷ୍ପତି ନେଇଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories