ପୁଣି ଜନନୀ ଯନ୍ତ୍ରଣା, ବାଟରେ କନ୍ୟା ସନ୍ତାନ ଜନ୍ମ
୧୦୮ ଆମ୍ବୁଲାନ୍ସ ରେ ଫାରମାସିଷ୍ଟ ଦୁର୍ଗା ପ୍ରସାଦ ଜେନା, ଗାଡି ଚାଳକ ଉମାକାନ୍ତ ଦଳପତି ,ହେଲ୍ପର ମେଡି ବାବୁନି ନିୟମଗିରି ପାହାଡର ବଡଡେଙ୍ଗିଲେଲି ପର୍ଯ୍ୟନ୍ତ ଗାଡି ନେଇ ଯାଇଥିଲେ । ସେହି ଠାରୁ ଦୁର୍ଗମ ପାହାଡିଆ ରାସ୍ତାରେ ଗାଡ଼ି ଯିବା ଅସମ୍ଭବ ହୋଇଥିବାରୁ ୧୦୮କର୍ମଚାରୀ ମାନେ ଷ୍ଟ୍ରେଚର ନେଇ ପ୍ରାୟ ୨କିମି ଯାଇ ସେଠାରେ ଯନ୍ତ୍ରଣାରେ ଡିକିଚି ଛଟ ପଟ ହୋଇଥିବା ଦେଖି ତୁରନ୍ତ ଉଦ୍ଧାର କରି ପରିବାର ସହାୟତାରେ ଷ୍ଟ୍ରେଚରରେ ବୋହି ଆଣୁଥିଲେ ।
ବୋହି ଆଣିବା କିଛି ବାଟରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହାର କିଛି ସମୟ ପରେ ପୁଣି ମାଆ ଓ ଶିଶୁଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ମାଆ ଓ ଶିଶୁ କନ୍ୟା ସୁସ୍ଥ ରହିଥିବା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ସଂଗ୍ରାମ ଲିମା କହିଛନ୍ତି । ଏହି ପରି କାର୍ଯ୍ୟ ଆମ୍ବୁଲାନ୍ସ କର୍ମଚାରୀ ମାନେ କରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରିଥିଲେ ।
ଉକ୍ତ ଅଞ୍ଚଳରେ ବାରମ୍ବାର ଏହିପରି ଘଟଣା ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। କଲ୍ୟାଣସିଂହପୁର ମାଝୀଗୁଡା ଓ ପାର୍ସାଲ ଠାରେ ମାତୃ ଗୃହ କରାଯାଇଥିଲା , କିନ୍ତୁ ପାର୍ସାଲରେ ମାତୃ ଗୃହ ରହିଛି କୌଣସି କର୍ମଚାରୀ ନଥିବାରୁ ତାହା ବନ୍ଦ ପଡିରହିଛି । ଏହି ଅଂଚଳର ଗର୍ଭବତୀ ମାନଙ୍କୁ ପ୍ରସବର ପ୍ରାୟ ୨୦ ପୂର୍ବରୁ ଆଣି କଲ୍ୟାଣସିଂହପୁର ଓ ମାଝୀଗୁଡା ମାତୃ ଗୃହରେ ରଖି ତାଙ୍କର ଯତ୍ନ ନେଇ ପ୍ରସବ ହେବା ପର୍ଯ୍ୟନ୍ତ ରଖିବା କଥା । ମାତ୍ର ଏଠାରେ ଏପରି କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି।
Comments are closed.