www.samajalive.in
Tuesday, December 9, 2025
26.1 C
Bhubaneswar

ମିଲର ଓ ଆରଏମସି ମଣ୍ଡିରେ ଧାନ ବିକ୍ରି ପାଇଁ ଦେଉନାହାନ୍ତି ସୁଯୋଗ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରେ ଥିବା ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ଠାରେ ଆରଏମସି ପକ୍ଷରୁ ଧାନ ମଣ୍ଡି ରଖାଯାଇଛି। ଉକ୍ତ ମଣ୍ଡିରେ ସିଙ୍ଗାରି, ଧାମୁଣିପଙ୍ଗା ଓ କଲ୍ୟାଣସିଂହପୁର ପାର୍ଶାଲି ଚାରଟି ପଞ୍ଚାୟତରୁ ଧାନ ଆଣିକୁ ରହିଛି । ଆରଏମସି ଏବଂ ଲ୍ୟାମ୍ପ ତରଫରୁ ଚାଷୀଙ୍କ ଧାନ କିଣି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାର ଫାଟକ ଭିତରେ ରଖି ମିଲରମାନଙ୍କୁ ବିକ୍ରି କରାଯିବା ପାଇଁ ବ୍ୟବସ୍ଥା ରହିଛି। ଆଜି ସକାଳରୁ ଚାଷୀ ଧାନ ଆଣି ଲମ୍ବା ଧାଡ଼ି ଲଗାଇ ଗାଡ଼ି ରଖିଛନ୍ତି। ମିଲର ଓ ଆରଏମସିଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହେତୁ ଗାଡିରୁ ଧାନ ଖାଲି କରା ଯାଇନଥିଲା।

 

- Advertisement -

ଫଳରେ ଏହାର ପ୍ରତିବାଦ କରି ଚାଷୀମାନେ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ ର ଦୃଶ୍ୟ ଦେଖି କିଛି ବୁଦ୍ଧିଜୀବୀ ପଞ୍ଚାୟତ ନିର୍ବାଚନ ଅଛି ଏବଂ ଆଜି ଅନ୍ତିମ ଦିନ ହୋଇଥିବାରୁ ରାସ୍ତା ଅବରୋଧ କରିବା ଠିକ ହେବ ନାହିଁ ବୋଲି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ। ଫଳରେ ରାସ୍ତା ଅବରୋଧ କରିଥିବା ଗାଡି ଗୁଡିକୁ ରାସ୍ତାରୁ ହଟାଇ ଦିଆଯାଇଥିଲା। ଏ ସଂମ୍ପର୍କରେ ମିନି ବ୍ୟାଙ୍କ ଶାଖା ପରିଚାଳକ ସି.ଏଚ କୋଟେଶ୍ୱର ରାଓ କାହିଥିଲେ ଯେ ବିଭିନ୍ନ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେଣୁ ଆମେ ଗାଡିରୁ ଖାଲି କରୁନାହିଁ। ମିଲର୍ସମାନେ ଆସି ଧାନ ଚୟନ କରିବା ପରେ ଏଠାରୁ ମିଲକୁ ଧାନ। ମିଲର ସନ୍ଦୀପ ଗୁଡ଼ଲା ଓ ବରାତମ ରବି କହିଥିଲେ ଯେ ଆମର ଚାଷୀମାନଙ୍କ ସହ ସମ୍ପର୍କ ନାହିଁ। ଆରଏମସି ସହ ଆମେ କାରବାର କରୁଛୁ। ଆରଏମସି ଉତ୍ତମ ଧାନ ଚୟନ କରିଦେଲେ ଆମ୍ଭେ ନେବୁ।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories