mission shakti banner

ଶିକରପାଇରେ ୩୬ୟୁନିଟ ରକ୍ତ ସଂଗ୍ରହ

BSKY banner  750×100
କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତରେ ଥିବା ସରକାରୀ  ବିଦ୍ୟାଳୟ ଠାରେ ବିଶ୍ୱ ରେଡକ୍ରସ ଦିବସ ଅବସରରେ ୩୬ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଥିରେ ରାୟଗଡ଼ ରକ୍ତଦାନ ଚ଼ିକିତ୍ସା କେନ୍ଦ୍ରର ଡଃ ଗୌତମ ପଟ୍ଟନାୟକ ଓ ତାଙ୍କ ଦଳ ଉପସ୍ଥିତ ରହି ରକ୍ତ ସଂଗହ କରିଥିଲେ । ସେହି ଗ୍ରାମର ରକ୍ତଦାତାମାନଙ୍କୁ ଗୋଟିଏ ଲେଖାଏଁ ପ୍ରମାଣ ପତ୍ର ସହିତ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ପାଇଁ ଚାରା ପ୍ରଦାନ କରିଥିଲେ। ବୃକ୍ଷ ରୋପଣ କରି ପରିବେଶ  ପରିବେଶ ବଞ୍ଚାନ୍ତୁ। ତାହା ସହ ସଫେଇ କାର୍ଯ୍ୟ କ୍ରମ କରାଗଲା। ଏଥିରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ଗିରି ,ଭାରପ୍ରାପ୍ତ ରେଡ଼କ୍ରସ ଶିକ୍ଷକ ତାପସ କୁମାର ଦଳେଇ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Comments are closed.