www.samajalive.in
Sunday, December 7, 2025
16.1 C
Bhubaneswar

ଲୋପ ପାଉଛଇ ତାଳଗଛ, ବଜ୍ରାଘାତ ନେଉଛି ଜୀବନ 

କଳାପଥର (ବାଙ୍କୀ): କ୍ରମାଗତ ଭାବେ ଜଙ୍ଗଲ ଧ୍ୱଂସ କାରଣରୁ ବ୍ୟାପକ ଭାବେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି ।  କଂକ୍ରିଟ ଜଙ୍ଗଲ ଓ କଂକ୍ରିଟ୍ ରାସ୍ତାଘାଟ ହେବା ଫଳରେ ତାପମାତ୍ରା ଦିନକୁ ଦିନ ଅଧିକ ବୃଦ୍ଧି ପାଉଛି । ବିଶେଷ କରି ବର୍ଷାର ପରିମାଣ ଆସ୍ତେ ଆସ୍ତେ କମିଯିବା ଫଳରେ ପ୍ରାକୃତିକ ବିପର୍ଯ୍ୟୟକୁ ନିମନ୍ତ୍ରଣ କରୁଛି । ସହର ଓ ଜନବସତି ଅଂଚଳରେ ଗଛଲତା କଟାଯାଉଛି ଏବଂ ସବୁଜ ବଳୟ ଲୋକ ପାଇବାରେ ଲାଗିଛି । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଏବେ ସବୁଠାରୁ ବଜ୍ରଘାତ ଘଟିବା ଅଧିକ ପରିମାଣରେ ହେଉଛି । ଏହି ବଜ୍ରଘାତ ଯୋଗୁଁ ଅନେକ ଧନଜୀବନ ହାନୀ ଘଟୁଛି । ଆମ ଓଡ଼ିଶାରେ ବଜ୍ରାଘାତରେ ୨୦୨୧-୨୨ରେ ୨୮୧ଜଣ ମୃତ୍ୟୁବରଣ କରିଥିବା ବେଳେ ବିଗତ ୧୧ବର୍ଷ ମଧ୍ୟରେ ୩୭୯୦ଜଣ ମଣିଷଙ୍କର ମୃତ୍ୟୁ ଘଟିଛି । ରାସ୍ତାଘାଟ ସଂପ୍ରସାରଣ ଓ କଳକାରଖାନା ନିର୍ମାଣ ଯୋଗୁଁ ଗଛକଟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବହୁ ତାଳଗଛ କଟା ଯାଉଛି ।
ତାଳଗଛ ହେଉଛି ବଜ୍ରାଘାତକୁ ରକ୍ଷା କରିବାର ଏକ କବଚ ବା ସେମିକଣ୍ଡକ୍ଟର ଭାବେ ସୁରକ୍ଷା ଦେଉଛି । ତେଣୁ ତାଳଗଛ ଲୋପ ପାଇବାରୁ ବ୍ରଜାଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ସହିତ ତାଳଗଛରେ ବାସକରୁଥିବା ବାଇଚଢ଼େଇ ଆଉ ଦେଖିବାକୁ ମିଳୁନାହିଁ । ତାଳଗଛ ବଢ଼ିବାକୁ ପ୍ରାୟ ୨୫ ରୁ ୩୦ ବର୍ଷ ସମୟ ଲାଗିଥାଏ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଓ ଜଙ୍ଗଲରେ ତାଳଗଛ ରୋପଣ କରିବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍ ତଥା ପ୍ରକୃତିବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ମତବ୍ୟକ୍ତ କରିଛନ୍ତି । ତାଳଗଛ ରୋପଣକୁ ଗୁରୁତ୍ୱ ଦେଇ ଜନସଚେତନତା ଏବଂ ଛାତ୍ର  ଓ ଯୁବକ ମଧ୍ୟରେ ଚାରା ରୋପଣ ପାଇଁ ଏକ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରାଧ୍ୟାପକ ମହାପାତ୍ର ପ୍ରକାଶ କରିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories