www.samajalive.in
Sunday, December 14, 2025
17.1 C
Bhubaneswar

ଦୁର୍ନତୀର ଗନ୍ତାଘର ପାଲଟିଛି ଡମପଡା ବ୍ଲକ, ତଦନ୍ତ ଦାବି କଲା ବିଜେପି

କଳାପଥର(ବାଙ୍କୀ): କଟକ ଜିଲ୍ଲା ବାଙ୍କୀ-ଡମପଡା ବ୍ଲକ ଦୁର୍ନତୀର ଗନ୍ତାଘର ପାଲଟିଛି ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ମନରେଗା ଯୋଜନାରେ କୋଟି କୋଟି ଟଙ୍କା ହରିଲୁଟ୍‍ କରାଯାଇଥିବାବେଳେ ମିଥ୍ୟା ଶ୍ରମିକ ଦର୍ଶାଇ ମଷ୍ଟର ରୋଲ ତିଆରି କରି ଜନତାଙ୍କ ଅର୍ଥକୁ ଚଳୁ କରାଯାଇଛି। ଦୁଲଣାପୁରୁ, ତାଳବସ୍ତ, ପାଥପୁର, ଗୋବିନ୍ଦପୁର, କୁସପଙ୍ଗୀ, ଶିମିଳିପୁର, ଡମପଡା, ବିଲିପଡା ଆଦି ଅନେକ ପଂଚାୟତରେ ମନରେଗା ଯୋଜନାରେ ବିପୁଳ ଅର୍ଥ ଚଳୁ କରାଯାଇଛି। ତେବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳଙ୍କ ନିରବତା ସନ୍ଦେହକୁ ଆହୁରି ଦ୍ୱିଗୁଣିତ କରିଛି। କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଅନ୍ୟତ୍ର ବଦଳି କରି ଜିଲ୍ଲା ପ୍ରଶାସନ ତାର କର୍ତ୍ତବ୍ୟ ସାରିଦେଇଥିବାରୁ ସାରା ବାଙ୍କୀରେ ଜନ ଅସନ୍ତୋଷ ବଢିବାରେ ଲାଗିଛି।

ଭାଜପା ପକ୍ଷରୁ ଅଭିଯୋଗ ହୋଇଛି ଯେ, ଡମପଡା ପଂଚାୟତରେ ଥିବା ସମିତି ସଭ୍ୟ ନିଜ ପରିବାର ସଦସ୍ୟଙ୍କୁ ମନରେଗାର ଶ୍ରମିକ ଭାବରେ ଦର୍ଶାଇ ଲକ୍ଷାଧିକ ଟଙ୍କା ଉଠାଇ ନେଇଛନ୍ତି। ଏପରିକି ନିଜର ଭାଇ, ଭାଉଜ ମଧ୍ୟ ଶ୍ରମିକ ତାଲିକାରେ ରହିଛନ୍ତି। ଏହା ପୂର୍ବରୁ କୁସପଙ୍ଗୀ ପଂଚାୟତର ମହିଳା ସରପଂଚ ମଧ୍ୟ ପରିବାରର ସମସ୍ତ ସଦସ୍ୟଙ୍କୁ ଶ୍ରମିକ ଦର୍ଶାଇ ଲକ୍ଷାଧିକ ଟଙ୍କା ଉଠାଇ ନେଇଥିଲେ। ପରେ କଂଗ୍ରେସ ପକ୍ଷରୁ ଏଥିନେଇ ବ୍ଲକ ସମ୍ମୁଖରେ ପ୍ରତିବାଦ ସ୍ୱରୁପ ଅନଶନ କରାଯାଇଥିଲା। ବ୍ଲକରେ ଏମିତି ହୋଇଛି କି ଖୋଦ୍‍ ସମିତି ସଭ୍ୟ ନିଜେ ଶ୍ରମିକ ପାଲଟି ଇନ୍ଦିରା ଆବାସ ଯୋଜନାରେ ୮ ହଜାର ଟଙ୍କା ପାଇଛନ୍ତି। ଅଭୟାରଣ୍ୟରେ ମନରେଗା ଯୋଜନାରେ ୨୦/୨୧ ଆର୍ଥିକ ବର୍ଷରେ ୬୯ ଲକ୍ଷ ୪୨ ହଜାର ଟଙ୍କା ବିଲ୍‍ ହୋଇଥିବା ବେଳେ ୨୧/୨୨ ଆର୍ଥିକ ବର୍ଷରେ ୩୧ଲକ୍ଷ ୪୩ ହଜାର ଟଙ୍କାର କାର୍ଯ୍ୟ ହୋଇଥିବା ଦର୍ଶାଯାଇଛି। ଯାହାର ତଦନ୍ତ ଦାବି କରିଛି ବିଜେପି।

- Advertisement -

ପଂଚାୟତର ଦାୟୀତ୍ୱରେ ଥିବା ଜିଆରଏସ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ମିଳିତ ମଧୁଚନ୍ଦ୍ରିକାରେ ଏହି ସବୁ ଦୁର୍ନୀତି ବଢି ଚାଲିଥିବା ଭାଜପା ନେତା ଶୁଭ୍ରାଂଶୁ ମୋହନ ପାଢୀ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ଏହି ବ୍ଲକର ୫ ଗୋଟି ପଂଚାୟତକୁ ହାତକୁ ନେଇ ‘ରୁରବାନ’ ଯୋଜନାରେ ସାମିଲ କରିଥିଲେ। ଏ ବାବଦରେ ମଧ୍ୟ ଇତିମଧ୍ୟରେ ୧୦ କୋଟି ଟଙ୍କା ଆସିଲାଣି। କିନ୍ତୁ ଉକ୍ତ ଅର୍ଥରେ ସେଭଳି କୌଣସି ଆଖିଦୃର୍ଶିଆ ପ୍ରକଳ୍ପ ହୋଇନଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ସେ କହିଛନ୍ତି ଯେ , ପାଥପୁର ପଂଚାୟତରେ ସରପଂଚ ନିଜର ଶ୍ୱଶୁରଙ୍କ ନାମରେ ଜବ୍‍କାର୍ଡ କରିଛନ୍ତି। ମହିଳା ସରପଂଚ ନିଜର ସ୍ୱାମୀ, ଶାଶୁ, ଦିଅର, ଯାଆଙ୍କୁ ମନରେଗାର ଶ୍ରମିକ ଭାବରେ ଦର୍ଶାଇ ଥିବାବେଳେ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇଛି। ଯାହାର ତଦନ୍ତ ଦାବି କରିଛନ୍ତି ଭାଜପା ନେତା ତଥା ମଣ୍ଡଳ ସଭାପତି ବିନୋଦ ଦାସ,ସମ୍ପାଦକ ଦାଶରଥି ପଢିଆରୀ ,ସମ୍ପାଦକ ନିରୋଜ କୁମାର ସ୍ୱାଇଁ। ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବ୍ଲକ ସମ୍ପଖରେ ଜନଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏହି ବ୍ଲକର ବିଲିପଡା ପଂଚାୟତରେ ଜଣେ ପୂର୍ବତନ ସମିତିସଭ୍ୟ, ସରପଂଚ, ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଏବଂ ଅଧୂନା ୩୮ନଂର ଜୋନର ଜିଲ୍ଲାପରିଷଦ ଥିବା ଜଣେ ବ୍ୟକ୍ତିଙ୍କ ପରିବାରର ସମସ୍ତ ସଦସ୍ୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ହୋଇ ଟଙ୍କା ଉଠାଇଛନ୍ତି। ଏପରିକି ତାଙ୍କର ଜଣେ ଅଧ୍ୟାପକ ପୁଅ ଏହି ଶ୍ରମିକ ତାଲିକାରେ ରହିଛି। ସଂପୃକ୍ତ ଜିଲ୍ଲା ପରିଷଦଙ୍କ ପୁରା ପରିବାର ସଦସ୍ୟ ଶ୍ରମିକ ଭାବରେ କାମକରି ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା ବିଜେପି ନେତା ଶୁଭ୍ରାଶୁଂ ମୋହନ ପାଢୀ ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଛନ୍ତି। ପରିବାରର ଜନୈକା ବୋହୁ ଜୀବିକା ମିଶନରେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ସେ ମଧ୍ୟ ଶ୍ରମିକ ପାଲଟି ଯାଇଛନ୍ତି। ଏସମ୍ପର୍କରେ ଡମପଡା ବିଡିଓ ଆର୍ତ୍ତବନ୍ଧୁ ଲେଙ୍କାଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ହେଁ ସେ ଫୋନ ରିସିଭ କରିନଥିବାରୁ ତାଙ୍କର ମତାମତ ସଂଗ୍ରହ ସମ୍ଭବ ହୋଇପାରିନଥିଲା। ସେହିପରି ଜିଲ୍ଲା ପ୍ରକଳ୍ପ ନିର୍ବ୍ଦେଶକ ଅମ୍ବର କରଙ୍କୁ ପଚାରିବାରେ ସେ ତଦନ୍ତ କରାଯିବ ବୋଲି କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories