www.samajalive.in
Sunday, December 14, 2025
23.1 C
Bhubaneswar

ଚୋରି ହୋଇଥିବା ପମ୍ପ ଉଦ୍ଧାର, ପାଞ୍ଚ ଜଣ କୋର୍ଟ ଚାଲାଣ

ରେଙ୍ଗାଲି କ୍ୟାମ୍ପ: ଦୀର୍ଘ ଦିନର ଚୋରି ସାମଗ୍ରୀ ସହ ଅଭିଯୁକ୍ତମାନେ ଅତାବିରା ପୋଲିସ ହାତରେ ଧରାପଡ଼ି କୋର୍ଟ ଚାଲାଣ ହୋଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଥାଉକି ଗତ କିଛିଦିନ ତଳେ ଅତାବିରା ୱାର୍ଡ ନଂ ୪ରେ ରହୁଥିବା ଶିତେଶ କୁମାର ଅଗ୍ରୱାଲଙ୍କ ଘରୁ ଏକ ପାଣି ପମ୍ପ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ଭିତ୍ତି କରି ପୋଲିସ ତାର ତଦନ୍ତ ଜାରି ରଖିଥିଲେ। ମଙ୍ଗଳବାର ବିଳମ୍ୱିତ ରାତିରେ ଦୁର୍ଗା ମନ୍ଦିର ପଛପଟ ସ୍ଥିତ କଟକିଆ ପଡ଼ାର କ୍ରୀଷ୍ଣା ମଲ୍ଲିକ ଓରଫ ଡେଭିଡ (୨୨)ଙ୍କୁ ଧରିଥିଲେ। ପରେ ସେ ତାଙ୍କ ସହିତ ସଂଶ୍ଲିଷ୍ଟ ଥିବା ଅନ୍ୟ ଚାରିଜଣ ବ୍ୟକ୍ତିଙ୍କର ନାମ କହିଥିଲେ।

ସେମାନେ ହେଲେ ସଉରା ପଡାର ସୁରଜ୍ କଠାର (୧୯) ଓ କ୍ଷତ୍ରୀୟ ଷଣ୍ଢ(୧୯), କଟକିଆ ପଡ଼ାର ଚନ୍ଦନ ମଲ୍ଲିକ(୨୧) ଓ ତବ୍ରେଜ ଖାଁ ଓରଫ ଇଦୁ(୧୯)। ଏମାନେ ସମସ୍ତେ ଘରେ ସୋଇଥିବା ବେଳେ ପୋଲିସ ଧରିଥିଲା ଏବଂ କେସ ନଂ ୨୫୮ରେ ଏକ କେସ ରୁଜୁ ହୋଇଥିଲା। ଏବେ ସେମାନଙ୍କୁ ଭାରତୀୟ ପେନାଲ କୋର୍ଟ ଧାରା ୩୮୦/୩୪ ଅନୁସାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଯୁଗଳ ତାଣ୍ଡି ସଦଳବଳେ ଏହି ଦୁର୍ବୃତ୍ତମାନଙ୍କୁ ଧରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories