www.samajalive.in
Sunday, December 14, 2025
26.1 C
Bhubaneswar

ସ୍ୱର୍ଗତ ସାମ୍ବାଦିକ ବିଶ୍ୱଜିତ ପୃଷ୍ଟିଙ୍କ ପରିବାରକୁ ସହାୟତା ମଞ୍ଜୁର କଲେ ରାଜ୍ୟ ସରକାର

ବୌଦ୍ଧ: ବୌଦ୍ଧ ଜିଲାର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବିଶ୍ୱଜିତ ପୃଷ୍ଟିଙ୍କ ପରିବାରକୁ ରାଜ୍ୟ ସରକାର ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି। କନକ ଟିଭିର ଜିଲା ପ୍ରତିନିଧି ଭାବେ କାମ କରୁଥିବା ସ୍ୱର୍ଗତ ବିଶ୍ୱଜିତ ପୃଷ୍ଟି ଆଠମଲିକ ଅଂଚଳରୁ ସମ୍ବାଦ ସଂଗ୍ରହ କରି ବାଇକରେ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ। ସରକାରଙ୍କ ନିୟମ ପ୍ରକାରେ ରାଜ୍ୟ ସରକାରଙ୍କ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିବା ପାଇଁ ଜିଲା ସାମ୍ବାଦିକ ସଂଘ ଓ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତିଙ୍କ ପକ୍ଷରୁ ନିବେଦନ କରାଯାଇ ସମସ୍ତ କାଗଜପତ୍ର ଦାଖଲ କରାଯାଇଥିଲା।

ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ଜିଲାପାଳ ଏଥିପାଇଁ ଆବଶ୍ୟକ ଅନୁମୋଦନ କରିଥିଲେ । ସହାୟତା ମଞ୍ଜୁର କରାଯାଇଥିବା ଖବର ଜଣାପଡିବା ପରେ ସାମ୍ବାଦିକମାନଙ୍କ ପକ୍ଷରୁ ଏବଂ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ସଂଘ, ରାଜ୍ୟ ସଭାପତି ବିଭୁତି ଭୂଷଣ କର, ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories