କଳାପଥର: ବାଙ୍କୀ ଉପଖଣ୍ଡରେ କାର୍ଯ୍ୟରତ ବିଭିନ୍ନ ପତ୍ରପତ୍ରିକାର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ମା’ ଚର୍ଚ୍ଚିକାଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟରତ ଥିବା ସାମ୍ବାଦିକମାନଙ୍କ ମଧ୍ୟରୁ ୨୦ ଜଣ ସାମ୍ବାଦିକ ଉପସ୍ଥିତ ରହି ସେମାନଙ୍କର ମତ ବ୍ୟକ୍ତ କରିଥିଲେ। ଉପଖଣ୍ଡ ଓ ବ୍ଳକ ସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ମିଥ୍ୟା ମାମଲାର ସମ୍ମୁଖିନ ହେଉଥିବା ନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ସମସ୍ତ ଖବରଦାତାମାନେ ଏକତ୍ରିତ ହୋଇ କାର୍ଯ୍ୟ କରିବା ସହିତ କାର୍ଯ୍ୟ କ୍ଷେତ୍ରରେ କୈାଣସି ପ୍ରକାରର ଅସୁବିଧାର ସମ୍ମୁଖିନ ହେଲେ ସଂଘ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇବାକୁ ନିଷ୍ପତି ହୋଇଥିଲା।
ଏହି କ୍ରମରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକମାନଙ୍କୁ ନେଇ ମା’ ଚର୍ଚ୍ଚିକା ସାମ୍ବାଦିକ ସଂଘ ନାମରେ କାର୍ଯ୍ୟ କରିବାକୁ ନିଷ୍ପତି ହୋଇଥିଲା। ଶୁଭେନ୍ଦୁ କୁମାର ମହାପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି, ମନୋଜ ଦଳେଇଙ୍କୁ ସମ୍ପାଦକ, ମାନସ ରଞ୍ଜନ ସାହୁଙ୍କୁ ଉପ-ସଭାପତି ଭାବରେ ମନୋନୀତ କରାଯାଇଥିଲା। ପରବର୍ତ୍ତୀ ବୈଠକରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ପୂର୍ଣ୍ଣାଙ୍ଗ କମିଟି ପ୍ରସ୍ତୁତ କରାଯିବ। ଏହି ଅବଧି ପର୍ଯ୍ୟନ୍ତ ଏମାନେ ଦାୟୀତ୍ୱରେ ରହିବେ। ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ଯୁଧିଷ୍ଠିର କୁଣ୍ଡୁ, ପ୍ରଦୀପ ଜେନା, ପଦ୍ମନାଭ ମିଶ୍ର, ପ୍ରତାପ କୁମାର ନାୟକ, ଅଶୋକ କୁମାର ରଣା, ଅନନ୍ତ କୁମାର ରଣା, ଅଜୟ କୁମାର ପଣ୍ଡା, ମନୋରଞ୍ଜନ ପଣ୍ଡା, ପ୍ରଶାନ୍ତ ପଲେଇ, ରଞ୍ଜିତ ପଟ୍ଟନାୟକ, ସୂର୍ଯ୍ୟମଣୀ ମଲ୍ଲୀକ, ବିକାଶ ବାରିକ, ମୃତ୍ୟୁଞ୍ଜୟ ମହାପାତ୍ର ସମେତ ବିଭୁ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।



