www.samajalive.in
Saturday, December 13, 2025
14.1 C
Bhubaneswar

ଗରିବଙ୍କ ଆବାସ ଗୃହ ହଡ଼ପ ଅଭିଯୋଗରେ ପୁଣି ଠିକାଦାର ସଞ୍ଜୀବ ସୁବୁଦ୍ଧି ଗିରଫ

ନବରଙ୍ଗପୁର: ଗରିବ ହିତାଧିକାରୀଙ୍କୁ ଆବାସ ଗୃହ ତିଆରି କରାଇ ଦେବାକୁ କହି ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଦିତ୍ୱୀୟ ଥର ପାଇଁ ଗିରଫ ହେଲେ ଉମରକୋଟର ଠକ ଠିକାଦାର ସଞ୍ଜୀବ ସୁବୁଦ୍ଧି । ଉମରକୋଟ ବ୍ଲକ୍ କୁରସି ପଞ୍ଚାୟତର କିରାପାଣି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଅନେକ ହିତାଧିକାରୀଙ୍କ ନାଁରେ ଆସିଥିବା ଅନୁଦାନକୁ ଚଞ୍ଚକତା କରି ସେମାନଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ପୁଣି ଥରେ ଗିରଫ ହେଲେ ଉମରକୋଟ ଝରିଗାଁ ରୋଡର ଠିକାଦାର ସଞ୍ଜୀବ।

ପୂର୍ବରୁ ଜୁଲାଇ ମାସ ୯ରୁ ଉମରକୋଟ ବ୍ଲକ୍ କୁର୍ଷି ଗ୍ରାମର ୫ ଜଣ ହିତାଧିକାରୀଙ୍କ ସମାନ ଅଭିଯୋଗ ଗ୍ରହଣ କରି ଉମରକୋଟ ପୁଲିସ ସଞ୍ଜୀବଙ୍କୁ ଗିରଫ କରି ଜେଲ କୁ ପଠାଇଥିଲା। ପ୍ରାୟ ଏକ ମାସ ଜେଲରେ ରହିବା ପରେ ସେ ଜାମିନରେ ବାହାରିଥିଲେ। ଆଜି ପୁଣି କିରାପାଣି ଗ୍ରାମର ରାମବତି ମାଝୀଙ୍କ ଏତଲା ଅନୁସାରେ କେସ ନମ୍ୱର୍ ୨୭୦/ ୧୬.୦୭.୨୦୨୧ ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଛି। ଠକ ଠିକାଦାର ଙ୍କ ବିରୋଧରେ ଆଇପିସିର ଧାରା ୪୨୦, ୨୯୪, ୫୦୬ ଓ ୪୦୬ ଏବଂ ଆଟ୍ରସିଟି ଆକ୍ଟ ଲାଗିଛି। ଠିକାଦାରଙ୍କ ବିରୋଧରେ ଆଉ ୭ଟି କେସରେ ବି ରିମାଣ୍ଡ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉମରକୋଟ ଥାନା ଅଧିକାରୀ ନରେଶ ପ୍ରଧାନ। ତେବେ ସେ ରାଉରକେଲା ରେ ଥିବାବେଳେ ପୁଲିସ ସେଠାରୁ ଉଠାଇ ଆଣି ଗିରଫ କରିଛି। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଉମରକୋଟ ଜେଲକୁ ପଠାଇ ଦିଆଯାଇଛି।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories