ମରୁଡି ଘୋଷଣା ଦାବୀରେ କିଷାନ ସଂଘର ତହସିଲ ଅଫିସ ଘେରାଉ

ହରଭଙ୍ଗା: ହରଭଙ୍ଗା ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ ଭାରତୀୟ କିଷାନ ସଂଘ ପକ୍ଷରୁ ଗୁରୁବାର ଚାଷୀମାନେ ହରଭଙ୍ଗା ତହସିଲ ଅଫିସ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ନେଇ ଚାଷୀଙ୍କ ପକ୍ଷରୁ ଏକ ଦାବୀପତ୍ର ମଧ୍ୟ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି। ପ୍ରକାଶ ଯେ ଭାରତୀୟ କିଷାନ ସଂଘ ଡାକରାରେ ଚାରିଛକ କାଠଡିପୋଠାରୁ ଏକତ୍ରୀତ ଚାଷୀଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଚାଷୀମାନେ ତହସିଲ ଅଫିସ ଘେରାଉ କରିବା ସହିତ ହରଭଙ୍ଗା ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବୀ କରିଥିଲେ।

ଏହା ସହିତ ୨୦୧୮-୧୯ରେ ଅଦିନିଆ ବର୍ଷା ଏବଂ ପାଥୋଇ କ୍ଷତିପୂରଣ ରାଶି ଚାଷୀଙ୍କୁ ତୁରନ୍ତ ପ୍ରଦାନ ଦିଗରେ ଚରମ ଅବହେଳାକୁ ନେଇ ଚାଷୀ ବିକ୍ଷୋଭ ସହିତ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ ରାଶି ପ୍ରଦାନ ପାଇଁ କିଷାନ ସଂଘ ଦାବୀ କରିଥିଲା। ଆନ୍ଦୋଳନରେ ସଂଘର ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ସମେତ ଦୂତିବାହାନ କମ୍ପ, ବିଶିକେଶନ ପ୍ରଧାନ, ନବୀନ ପ୍ରଧାନ, ପ୍ରକାଶ ଦାସ, ଲକ୍ଷ୍ମଣ ପ୍ରଧାନ, ଜନ୍ମେଯୟ ପ୍ରଧାନ, ଫକୀର ରାଉତ ପ୍ରମୁଖ ସାମିଲ ଥିଲେ।

Comments are closed.