କେନ୍ଦୁପଲ୍ଲୀରେ ମାଙ୍କଡ଼ ଆକ୍ରମଣ, ୧୦ ଆହତ 

କଳାପଥର (ବାଙ୍କୀ ): ଖୋର୍ଦ୍ଧା ଜଙ୍ଗଲ ଡିଭିଜନ ବୈଦ୍ୟେଶ୍ୱର ଥାନା  ଅନର୍ଗତ କେନ୍ଦୁପଲ୍ଲୀ ଗ୍ରାମରେ ମାଙ୍କଡ଼  ଆକ୍ରମଣରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଗ୍ରାମର ବୟସ୍କ ମହିଳା, ପୁରୁଷ ଓ ଛୋଟ ପିଲା, ପଥଚାରୀ, ଛାତ୍ର, ଛାତ୍ରୀ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ କେନ୍ଦୁପଲ୍ଲୀ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ସମେତ ଅଞ୍ଚଳବାସି ଦାବୀ କରିଛନ୍ତି।

Comments are closed.