ବିପର୍ଯ୍ୟସ୍ଥ ରାସ୍ତାର ଅବସ୍ଥା କହୁଛି ବିକାଶର କଥା
କଲମପୁର : ଅଞ୍ଚଳର ବିକାଶ ପାଇଁ ଅନ୍ୟ ଅଞ୍ଚଳ ସହିତ ଯୋଗାଯୋଗର ଆବଶ୍ୟକତା ରହିଛି। ସେହି ଯୋଗାଯୋଗ ପାଇଁ ରାସ୍ତା ସଂଯୋଗ ନିହାତି ଆବଶ୍ୟକ। ଯାହାଦ୍ୱାରା ଏକ ଅଞ୍ଚଳର ସାମଗ୍ରୀ ଅନ୍ୟ ଅଞ୍ଚଳର ଲୋକଙ୍କ •ହିଦା ମେଣ୍ଟାଇବା ସହ ଅର୍ଥିକ ବିକାଶର ସହାୟ ହୋଇଥାଏ। ରାସ୍ତାର ସଂଯୋଗ ଦ୍ୱାରା ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସେବାର ବିକାଶ ହୋଇଥାଏ। ରାସ୍ତା ହିଁ ଉଭୟ ସାଂସ୍କୃତିକ ଓ ସାମାଜିକ ବିକାଶରେ ସେତୁ ଭଳି କାର୍ଯ୍ୟ କରିଥାଏ। କିନ୍ତୁ ପରିତାପର ବିଷୟ ରାସ୍ତାର ବିପର୍ଯ୍ୟସ୍ଥ ଅବସ୍ଥା କାରଣରୁ ଅନେକ ଲୋକଙ୍କ ଜୀବନ ଜିବୀକା ପ୍ରଭାବିତ ହେଇଥାଏ।
କଲମପୁର ବ୍ଲକ ଅଧିନସ୍ଥ ବଲାଗାଁ ଭାୟା କୋଟାଗାଁ ସହିତ ଜୟପାଟଣା ବ୍ଲକ ଖଲିଆଭଟା ସହିତ ସଂଯୋଗ ହେଇଥିବା ପ୍ରାୟ ୧୦ କିଲୋମିଟର ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ଏହି ରାସ୍ତା କଲମପୁର ବ୍ଲକ ଅଧିନସ୍ଥ ମିନଗୁର, ମଣ୍ଡଳ, ନୁଆଗାଁ, କୋଟାଗାଁ, କଲମପୁର, ଦେପୁର ସମେତ ଜୟପାଟଣା ବ୍ଲକର ରଣମାଲ, ବାଣ୍ଡିଗାଁ, କୋକସରା ବ୍ଲକର ମୋଟେର ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ ଏହି ସମସ୍ତ ଅଞ୍ଚଳର ବିଭିନ୍ନ ସାପ୍ତାହିକ ବଜାରରେ ନିଜର ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଯେଉଁଥିପାଇଁ ଏହି ରାସ୍ତା ସେମାନଙ୍କ ପାଇଁ ଜୀବନରେଖା ପାଲଟିଥିବା ବେଳେ ଏବେ ଏହି ରାସ୍ତାର ବିପର୍ଯ୍ୟସ୍ଥ ଅବସ୍ଥା ସେମାନଙ୍କ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି କରୁଛି। କଲମପୁର ବ୍ଲକର ପ୍ରାୟ ୭ ଗୋଟି ପଞ୍ଚାକୟତର ଲୋକ ହାତୀ ନଦୀର କର୍ମେଲ ଘାଟ ପୋଲ ନିର୍ମାଣ ହେବା ପରେ ଧର୍ମଗଡ, କୋକସରା ସମେତ ନବରଙ୍ଗପୁର, ଛତିଶଗଡ ଅଞ୍ଚଳ ସହିତ ଯୋଗାଯୋଗ ପାଇଁ ଏହି ରାସ୍ତା ଉପରେ ନିର୍ଭର କରି ଆସୁଛନ୍ତି। ସେହିଭଳି ମିନଗୁର, ମଣ୍ଡଳ, ନୁଆଗାଁ, କୋଟାଗାଁ ଅଞ୍ଚଳର କୋମଳମତୀ ଶିଶୁମାନେ ପାଠ ପଢିବା ପାଇଁ ମୋଟର ଯାତାୟତ କରୁଥିବାରୁ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଏବେ ରାସ୍ତାର ବିଭିନ୍ନ ସ୍ଥାନରେ ବଡ ବଡ ଗାତ ଯୋଗୁଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାସ୍ତାର ବିପର୍ଯ୍ୟସ୍ଥ ଅବସ୍ଥା କାରଣରୁ ଯାନ ବାହାନ ଚଳାଚଳରେ ପ୍ରତିବନ୍ଧକ ସାଜୁଛି। ଏପରିକି ରାସ୍ତାର ଏଭଳି ଦୟନୀୟ ଅବସ୍ଥା କାରଣରୁ ଆମ୍ବୁଲାନ୍ସ ସେବା ମଧ୍ୟ ଅପହଞ୍ଚ ହେଇଯାଉଛି। ଯେଉଁଥିପାଇଁ ରୋଗୀଙ୍କୁ ଚିକିତ୍ସା ସେବା ମିଳିବାରେ ବିଳମ୍ବ ଘଟୁଛି।
ସୂଚନାଯୋଗ୍ୟ ଯେ, ଧର୍ମଗଡ ଗ୍ରାମ ଉନ୍ନୟନ ବିଭାଜନ ଅଧିନରେ ଥବା ଏହି ରାସ୍ତାକୁ ଗତ ୨୦୧୦/୧୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୧୦ କିଲୋମିଟର ଲମ୍ବ ତଥା ୩ ମିଟର ଚଉଡାରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ୫ ବର୍ଷ ମରମାତି ଅବଧି ଶେଷ ହେଇ ସାରିଛି। ଯେଉଁଥିପାଇଁ ବିଭାଗ ତରଫରୁ ପ୍ରତି ଆର୍ଥିକ ବର୍ଷରେ ଏହି ରାସ୍ତାର ମରାମତି ପାଇଁ କିଛି ଟଙ୍କା ବିନିଯୋଗ କରାଯାଉଥିଲେ ମଧ୍ୟ ସଠିକ ଭାବେ ମରାମତି ହୋଇ ପାରୁନଥିବାରୁ ଦିନକୁ ଦିନ ରାସ୍ତାର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ଗତ ୨୦୧୭/୧୮ ଆର୍ଥିକ ବର୍ଷରେ ଲକ୍ଷାଧିକ ବ୍ୟୟ ଅଟକଳରେ ରାସ୍ତା ମରାମତି କରାଯାଇଥିଲେ ମଧ୍ୟ ମରାମତିରେ ନିମ୍ନମାନର ଯୋଗୁଁ ଅଳ୍ପ ଦିନ ପରେ ରାସ୍ତା ସବୁରେ ଗାତ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଏହି ରାସ୍ତାର ଉନ୍ନତି କରଣ କରାଯିବା ନେଇ ଅଞ୍ଚଳବାସୀ ଦାବି କରିଛନ୍ତି
Comments are closed.