କଲମପୁର ଥାନାରେ ବିଜେପିର ଏତଲା

କଲମପୁର: ଯୁବ ମୋର୍ଚ୍ଚାର କର୍ମକର୍ତ୍ତାଙ୍କ ଉପରେ ପୁଲିସର ଅତର୍କିତ ଆକ୍ରମଣ ବିରୁଦ୍ଧରେ କଲମପୁର ଥାନାରେ ଏତଲା ଦେଇଛି ବିଜେପି। ରାଜ୍ୟ ସଂଗଠନର ନିର୍ଦ୍ଦେଶକ୍ରମେ ଆଜି କଲମପୁର ଭାରତୀୟ ଜନତା ପାର୍ଟିର କର୍ମକର୍ତା ମଣ୍ଡଳ ସଭାପତି କମଳ ବାଗ, ସୁଧିର କୁମାର ବାଗ, ହରେକୃଷ୍ଣ ସାହୁ, ଯଦୁମଣି ବଗର୍ତି, ହିତେଶ ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ କଲମପୁର ଥାନା ଅଧିକାରୀ ଯୁଗଳ କିଶୋର ଶବରଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

prayash

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଜଟିଳ। ଖୋଦ ପୁଲିସ ଏଏସଆଇଙ୍କ ଗୁଳିର ଶିକାର ହେଇଛନ୍ତି ରାଜ୍ୟର ମନ୍ତ୍ରୀ। ପୁଲିସ ପ୍ରଶାସନ ପ୍ରତି ଲୋକଙ୍କ ଆସ୍ଥା ତୁଟିଯାଉଛି। କିନ୍ତୁ ରାଜ୍ୟ ସରକାର ଏଥିପ୍ରତି ନିରବ ସାଜିଥିବା ଅଭିଯୋଗରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଗତ ୨୮ ତାରିଖ ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଥିଲା। ଏନେଇ ପୂର୍ବରୁ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା। କିନ୍ତୁ ପୁଲିସ ରାଜ୍ୟ ଶାସନ ଦାୟିତ୍ୱରେ ଥିବା ବିଜୁ ଜନତା ଦଳର ହାତ ବାରିଶି ସାଜିଛି। ତେଣୁ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଲୋୟର ପିଏମଜି ଛକ ନିକଟରେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରୁଥିବା ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତାଙ୍କ ଉପରେ ସାଧା ପୋଷାକରେ ଥିବା ପୁଲିସ ଏବଂ କିଛି ଗୁଣ୍ଡା ଶ୍ରେଣୀୟ ଲୋକ ଅତର୍କିତ ଆକ୍ରମଣ କରିଥିଲେ। ଅନେକ କର୍ମୀ ଲହୁ ଲୁହାଣ ହୋଇଥିଲେ। ଏପରିକି ବିଜେପିର ମହିଳା କର୍ମୀମାନେ ମଧ୍ୟ ଅମାନୁଷିକ ଆକ୍ରମଣର ଶିକାର ହେଇଥିଲେ। ବର୍ତମାନ ପର୍ଯ୍ୟନ୍ତ କିଛି କର୍ମୀ ସୁସ୍ଥ ହୋଇ ନାହାନ୍ତି। ବିଜେପି ଯୁବ ମୋର୍ଚ୍ଚାଙ୍କ ପ୍ରତି ଏହି ଆକ୍ରମଣ ପୂର୍ବ ଯୋଜନା। ତେଣୁ ଏଥିରେ ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ ଭୁବନେଶ୍ୱର ପୁଲିସ କମିଶନର ଏବଂ ଡିସିପିଙ୍କୁ ଦାୟୀ କରିଛି ବିଜେପି। ତେଣୁ ଏହି ଆକ୍ରମଣର ନିରପେକ୍ଷ ତଦନ୍ତ କରାଯିବା ନେଇ ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦେଇଛି ବିଜେପି।

kalyan agarbati

Comments are closed.