୧୦ ଫୁଟିଆ ଅଜଗର ଉଦ୍ଧାର

କଲମପୁର: ଶୁକ୍ରବାର କଲମପୁର ବନପାଳ ସୀମା ଧଙ୍ଗଡା ମାଝୀଙ୍କ ଉପସ୍ଥିତିରେ ଗତ ବିଳମ୍ବିତ ରାତିରେ ହାତୀ ନଦୀ କର୍ମେଲ ଡଙ୍ଗରୀଗୁଡା ପୋଲ ତଥା ତ୍ରୈଲୋକେଶ୍ୱର ମନ୍ଦିର ସମ୍ମୁଖରୁ ଉଦ୍ଧାର ହୋଇଥିବା ୧୦ ଫୁଟ ଲମ୍ବ ବିଶିଷ୍ଟ ଏକ ଅଜଗର ସାପକୁ ସୁରକ୍ଷିତ ଭାବେ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି।

prayash

ସୂଚନା ଅନୁସାରେ କଲମପୁର କୋଟାଗାଁ ମୁଖ୍ୟ ରାସ୍ତାର କର୍ମେଲ ଡଙ୍ଗରୀଗୁଡା ହାତୀ ନଦୀ ପୋଲ ତଥା ତ୍ରୈଲୋକେଶ୍ୱର ମନ୍ଦିର ମୁଖ୍ୟଦ୍ୱାର ସମ୍ମୁଖରେ ଗତ ବିଳମ୍ବିତ ରାତିରେ ଅଜଗର ସାପଟି ରହିଥିଲା। ଏହି ରାସ୍ତା ଦେଇ ଯାତାୟତ କରୁଥିବା କିଛି ଲୋକ ସାପଟିକୁ ଦେଖି ଭୟଭିତ ହେଇଥିଲେ। କିଛି ଲୋକ ସାପଟିକୁ ମାରି ଦେବା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟ କିଛି ଲୋକ ସାପଟିର ସୁରକ୍ଷିତ ଉଦ୍ଧାର ପାଇଁ ଦାସିଗାଁ ଠାରେ ଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ବୀରେନ୍ଦ୍ର କୁମାର ସାହୁଙ୍କ ସହ ଯୋଗାଯୋଗ କରିଥିଲେ।

ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶ୍ରୀ ସାହୁ ଘଟଣା ସ୍ଥଳରେ ପହଞ୍ଚି କଲମପୁର ବନ ବିଭାଗର ଜନୈକ କର୍ମଚାରୀଙ୍କ ଉପସ୍ଥିତିରେ ଅଜଗରକୁ ଉଦ୍ଧାର କରିଥିଲେ। ଏହାସହ କଲମପୁର ବନପାଳଙ୍କ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ଅଜଗରକୁ ରଖାଯାଇଥିଲା। ଶୁକ୍ରବାର  ବନପାଳ ଧଙ୍ଗଡା ମାଝୀଙ୍କ ଉପସ୍ଥିତିରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶ୍ରୀ ସାହୁ ସୁରକ୍ଷିତ ଭାବେ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି।

Comments are closed.