ମଟର ସାଇକେଲ୍‌ ଦୁର୍ଘଟଣାରେ ଦୁଇ ଗୁରୁତର

କଲମପୁର :କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-କାଶୀପୁର ମୁଖ୍ୟ ରାସ୍ତାର କାଠକୁରା ନିକଟରେ ଦୁଇଟି ବାଇକ୍ ମୁହଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ତଳଝାପି ଗ୍ରାମର ଦେବେନ୍ଦ୍ର ନାଏକ(୨୫) ପୁରୁଷୋତ୍ତମ ମାଝୀ ଦୁହେଁ ନିଜ ଗାଁ କୁ ଫେରୁଥିଲେ । ସାମ୍ନା ପଟୁ ତଳଝାପି ଗ୍ରାମର ଟଙ୍କଧର ନାଏକ(୧୮),ଲାଠିଆଗୁଡା ଗ୍ରାମର ଦୀପଜଳ ନାଏକ ଏବଂ ରାୟଗଡା କାଶୀପୁର ବ୍ଲକ ବେନ୍ଦଲାପାସ ଅଶ୍ବିନ ନାଏକ ଏକ ବାଇକ୍ ଯୋଗେ ଥୁଆମୂଳ ରାମପୁର ଆସୁଥିଲେ।

ହେଲେ କାଠକୁରା ନିକଟ ଏକ ବୁଲାଣୀରେ ନିୟନ୍ତ୍ରଣ ହରାଇବା ଫଳରେ ଉଭୟ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଏମାନେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଟଙ୍କଧର ନାଏକ ଏବଂ ଦେବେନ୍ଦ୍ର ନାଏକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଘଟଣାସ୍ଥଳରୁ ତୁରନ୍ତ ଏକ ଅଟୋ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଦୁଇ ଗୁରୁତର ଦେବେନ୍ଦ୍ର ଏବଂ ଟଙ୍କଧରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Comments are closed.