ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ ଡେଙ୍ଗୁ ଦିବସ ପାଳନ
କଲମପୁର: ଆଜି ଜାତୀୟ ଡେଙ୍ଗୁ ଦିବସ। ଏ ଅବସରରେ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହ ଠାରେ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ କୁମାର ଶଗଡିଆଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ଏଥିରେ ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡେଙ୍ଗୁ ରୋଗର କାରଣ ଏବଂ ନିରାକାରଣ ସମ୍ବନ୍ଧରେ ଉପସ୍ଥିତ ଥିବା ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ବୁଝାଇଥିଲେ। ମୁଖ୍ୟତଃ ଡେଙ୍ଗୁ ମଶା ସକାଳେ ଏବଂ ସଂଧ୍ୟା ପୂର୍ବରୁ ମଣିଷକୁ କାମୁଡିଥାଏ। ପୁଣି ପୁରୁଣା ପାଣି ଜମି ରହୁଥିବା ସ୍ଥାନରେ ଡେଙ୍ଗୁର ବାହକ ଏଡିସ ମଶା ବସା ବାନ୍ଧି ଥାଏ।
ତେଣୁ ଗ୍ରାମାଞ୍ଚଳରେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା କରାଯାଇ ଘର ପାଖରେ ପରିସ୍କାର ପରିଚ୍ଛନ୍ନ ସହ ବର୍ଜିତ ଟାୟାର, ପ୍ଲାଷ୍ଟିକ ଜିନସକୁ ଘର ପାଖରୁ ହଟାଇବା ଆବଶ୍ୟକ। ଏହାସହ ମଶା କାମୁଡାରୁ ନିଜକୁ ରକ୍ଷା ପାଇଁ ମଶାରୀ ବ୍ୟବହାର ଉପରେ ଗୁରୁତ୍ୱ ଦେବା ପାଇଁ ବୁଝାଇଥିଲେ। ଯଦି ଜ୍ୱର ହେବା ସମ୍ୟରେ କମ୍ପ ହେବା, ଦେହ ଥରିବା ଆଦି ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବା ପାଇଁ ବୁଝାଇଥିଲେ। ବିପିଏମ ପ୍ରଶାନ୍ତ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.