କଲମପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହେଲା ଜନ ଶୁଣାଣି ଶିବିର
କଲମପୁର: ପ୍ରଶାସନକୁ ଲୋକାଭିମୁଖି କରିବା ଉଦେଶ୍ୟରେ ଆରମ୍ଭ ହେଇଛି ଜନ ଅଭିଯୋଗ ଶୁଣାଣି ଶିବିର। ଏହି ଶିବିର ମାଧ୍ୟମରେ ଲୋକେ ନିଜର ତଥା ନିଜ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ପ୍ରଶାସନର ନିକଟତର ହେଇ ପାରିବେ। ପୂର୍ବରୁ ଜିଲା ପ୍ରସାସନ ବ୍ଲକ ପରିସରରେ ପହଞ୍ଚି ଜିଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଲୋକଙ୍କ ସମସ୍ୟାର ସମାଧାନ କରୁଥିଲେ। ବର୍ତ୍ତମାନ ବ୍ଲକ ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଛନ୍ତି। ସୋମବାର କଲମପୁର ବ୍ଲକର କଲମପୁର ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଆୟୋଜିତ ହେଇଛି। ଏଥିରେ ସମିତି ଅଧ୍ୟକ୍ଷା ମୋତି ବିହାରୀ, ବିଡିଓ ପ୍ରସନ୍ନ କୁମାର ପଟେଲ, ତହସିଲଦାର କରିସ୍ମା ବେଶ୍ରା, ସିଡିପିଓ ମନ୍ନ କୁମାରୀ ଲାମ୍ବା, ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ ପ୍ରତୀକ କୁମାର ଅଧିକାରୀ, ରାଜସ୍ୱ ନିରୀକ୍ଷକ ଶୁଭଦା ନାଏକ, ସରପଞ୍ଚ ସୂର୍ଯ୍ୟକାନ୍ତି ପଣ୍ଡା ଓ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ପ୍ରମୁଖ ଯୋଗଦେଇଥିଲେ। ପଞ୍ଚାୟତର ସମସ୍ତ ହିତାଧିକାରୀ ନିଜ ନିଜ ସମସ୍ୟାର ସମାଧାନ ପାଇଁ ବ୍ଲକରେ ନିୟୋଜିତ ସମସ୍ତ ବିଭାଗୀୟ ଅଧିକାରୀଙ୍କ ନିକଟରେ ନିଜ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ପାନୀୟ ଜଳ ଓ ପରିମଳ ବିଭାଗ, ଜନ ମଙ୍ଗଳ ବିଭାଗ, ସାମାଜିକ ନ୍ୟାୟ ବିଭାଗର ଅଧିକାରୀ ଓ କର୍ମ·ରୀ ମାନେ ଉପସ୍ଥିତ ରହି ଜନ ଅଭିଯୋଗ ସବୁର ଶୁଣାଣି କରିଛନ୍ତି। ଏହି ଶିବିର ପରିଚାଳନାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଶାସନ ନାୟକ, ଗ୍ରାମ ରୋଜଗାର ସେବକ ପ୍ରକାଶ କୁମାର ଠାକୁର, ଯୋଗାଣ ସହାୟକ ବନମାଳୀ ସାହୁ ପ୍ରମୁଖଙ୍କ ସମେତ ପଞ୍ଚାୟତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ଏହି ଜନ ଅଭିଯୋଗ ଶିବିରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ୨୫୯, ଭତା ପାଇଁ ୫, ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ଜଣେ ଓ ସାମୂହିକ ଭାବେ ଏକ ରାସ୍ତା ଏବଂ ଅନ୍ୟ ଏକ ଗାର୍ଡ ୱାଲ ନିର୍ମାଣ ପାଇଁ ଅଭିଯୋଗ କରାଯାଇଥିଲା। ସର୍ବମୋଟ ୨୬୭ ଗୋଟି ଜନ ୍ଅଭିଯୋଗ ଦାଖଲ କରାଯାଇଥିଲା।
Comments are closed.