www.samajalive.in
Sunday, December 14, 2025
19.1 C
Bhubaneswar

କଲମପୁର ପୁଲିସ ଫାଣ୍ଡିକୁ ମିଳିବ ଥାନା ମାନ୍ୟତା

କଲମପୁର: ଦୀର୍ଘ ଦିନର ଦାବି ପରେ କଲମପୁର ପୁଲିସ ଫାଣ୍ଡିକୁ ମିଳିଲା ଥାନାର ମାନ୍ୟତା। କଲମପୁର ଠାରେ ସ୍ଥାପନ ହେବ ପୁଲିସ ଥାନା। ଅପରାଧି ଓ ଆଇନଶୃଙ୍ଖଳା ପରିସ୍ଥିତିରେ ଆସିବ ନିୟନ୍ତ୍ରଣ। ସୁଚନା ଅନୁସାରେ ଶୁକ୍ରବାର ରାଜ୍ୟ ସରକାର ରଜ୍ୟରେ ୩୬ ଗୋଟି ନୁଆ ପୁଲିସ ଥାନା ଖୋଲିବାର ନିଷ୍ପତି ନେଇଛନ୍ତି। ଯେଉଁଥିରେ କଳାହାଣ୍ଡି ଜିଲ୍ଲାର କଲମପୁର ଓ କର୍ଲାପାଟ ସ୍ଥାନିତ ହେଇଛି।

କଲମପୁର ପୂର୍ବରୁ ଜୟପାଟଣା ଥାନା ଅଧିନରେ ରହି ଆସିଛି। କଲମପୁର ଏକ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ହେଇଥିଲେ ମଧ୍ୟ ଏଠାରେ ଦୀର୍ଘ ଦିନ ହେବ ପୁଲିସ ବିଟ ହାଉସ କାର୍ଯ୍ୟ କରି ଆସୁଥିଲା। କିଛି ବର୍ଷ ପୂର୍ବେ ବିଟ ହାଉସକୁ ଉନ୍ନିତ କରାଯାଇ ପୁଲିସ ଫାଣ୍ଡିର ମାନ୍ୟତା ଦିଆଯାଇଥିଲା। କଲମପୁର ଠାରେ ଥାନାର ବ୍ୟବସ୍ଥା ନଥିବା ଯୋଗୁଁ ପୁଲିସ ମାମଲାରେ ଛନ୍ଦି ହେଉଥିବା ଲୋକ ଦୀର୍ଘ ୩୦ କିଲୋମିଟର ଦୂରରେ ଥିବା ଜୟପାଟଣା ଥାନା ଉପରେ ନିର୍ଭର କରି ଆସୁଥିଲେ। ଦିନକୁ ଦିନ କଲମପୁର ଏବଂ ବଡକୁଟୃ ଫାଣ୍ଡି ଅଂଚଳର ବିଭିନ୍ନ ମାମଲା ବୃଦ୍ଧି ପାଉଥିବା ବେଳେ ଲୋକେ ଥାନା ମାମଲାରେ ପଡ଼ି ହଇରାମ ହରକତ ହେଉଥିଲେ। ଏପରିକି ଥାନା ନଥିବାରୁ କୌଣସି ଅପମୃତ୍ୟୁ ଜନିତ ମୃତ୍ୟୁ ଘଟିଲେ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଧିକ ଖର୍ଚ୍ଚାନ୍ତ ହେଇ ନେବାକୁ ପଡୁଛି। ଏଥିପାଇଁ କଲମପୁର ଅଂଚଳବାସୀ ବାରମ୍ବାର ଲୋକପ୍ରତିନିଧିଙ୍କ ନିକଟରେ ଦାବି କରି ଆସୁଥିଲେ। ଥାନା ସ୍ଥାପନ ପାଇଁ ପୂର୍ବତନ ଧର୍ମଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂଷ୍ପେନ୍ଦ୍ର ସିଂହଦେଓଙ୍କ ନେତୃ୍‍ତ୍ୱ ଓ ବର୍ତମାନ ବିଧାୟକ ମୌଷଧି ବାଗଙ୍କ ସହଯୋଗରେ କଲମପୁର ଅଂଚଳରୁ ନବିନ କୁମାର ପଣ୍ଡା, ମଧୁଛନ୍ଦା ଭଞ୍ଜ, ଚେରୁ ନାଏକ, ଚନ୍ଦ୍ରମଣି ନିଆଲ, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ ଓ ନିବେଦିତା ହଂସ ପ୍ରମୁଖ ବିଧାୟକ ତଥା ବି.ଜେ.ଡି ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଥାନା ସ୍ଥାପନ ନେଇ ଜଣାଇଥିଲେ। କଲମପୁର ଠାରେ ଏକ ଥାନା ସ୍ଥାପନ ପ୍ରସ୍ତାବକୁ ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ସୁପାରିଶ କରିଥିଲେ। ଯାହା ଏବେ ଫଳପ୍ରଦ ହେଇଛି। ତେଣୁ କଲମପୁର ଅଂଚଳବାସୀ ସମସ୍ତ ନେତୃବୃନ୍ଦଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

- Advertisement -

ସେହିଭଳି କଳାହାଣ୍ଡି ଜିଲ୍ଲାର ଅନ୍ୟତମ ମାଓ ପ୍ରବଣ ଅଂଚଳ ଭାବେ ପରିଚିତ ଥିବା ତଥା ରାଜୁଡା ଶାସନର ପରବର୍ତି ସମୟରୁ ପୁଲିସ ଫାଣ୍ଡିର ମାନ୍ୟତା ପାଇଥିବା କର୍ଲାପାଟ ପୁଲିସ ଫାଣ୍ଡିକୁ ମଧ୍ୟ ଥାନାର ମାନ୍ୟତା ଦିଆଯାଇଛି। ଯାହା ଆଗାମୀ ଦିନରେ ଉଭୟ କଲମପୁର ଓ କର୍ଲାପାଟ ଅଂଚଳରୁ ଅପରାଧିକ ମାମଲା ନିୟନ୍ତ୍ରଣ କରିବାରେ ସଫଳ ହେବ। ଏହାସହ ଉଭୟ କର୍ଲାପାଟ ଓ କଲମପୁର ଦେଇ ହେଉଥିବା ଗଞ୍ଜେଇ ଚୋରାଚାଲାଣ ରୋକାଯାଇ ପାରିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories