www.samajalive.in
Saturday, December 13, 2025
21.1 C
Bhubaneswar

ରୁଗୁଡ଼ିପାଲି ଠାରେ ବ୍ରାହ୍ମଣ ସମାଜର ପ୍ରସ୍ତୁତି ବୈଠକ

ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ିପାଲି ସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ବ୍ରାହ୍ମଣ ସମାଜ ଗୁଣୁଚିତରା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସଙ୍ଘ ସଭାପତି ବଳରାମ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।ସଭାରେ ଚଳିତ ବର୍ଷ ୧ ତାରିଖ ଗୁରୁବାର ଦିନ ସମୟ ଘ.୧୦.୩୩ ରୁ ଘ.୧୨.୨୨ଟା ମଧ୍ୟରେ ନୂଆଁଖାଇ ଶୁଭ ଲଗ୍ନ ନିର୍ଣ୍ଣୟ କରାଗଲା ଏବଂ ୯ ତାରିଖ ଶୁକ୍ରବାର ଦିନ ଗୁଣୁଚିତରା ଭଗବତ ମନ୍ଦିରରେ ଅନନ୍ତବ୍ରତ ଓ ଅନନ୍ତମୁଖୀ ପରାୟଣ କରାଯିବା ନେଇ ସ୍ଥିର କରାଯାଇଥିଲା। ପ୍ରାରମ୍ଭରେ ସଦସ୍ୟ ସ୍ବର୍ଗତ ନାରାୟଣ ଗୁରୁ, ବାସୁଦେବ ସୁଆର, ଧବଳେଶ୍ୱର ମିଶ୍ର, ଦୟାନିଧି ମିଶ୍ରଙ୍କ ଉଦ୍ଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଭାରେ ସମ୍ପାଦକ ଦୁର୍ଯ୍ୟୋଧନ ଶତପଥୀ, ସଦସ୍ୟ ସ୍ୱାଧୀନ ଦାଶ, ଯଜ୍ଞସେନ ମିଶ୍ର, ରାଜାରାମ ଦାଶ, ନୃସିଂହ ନନ୍ଦ, କାହ୍ନୁଚରଣ ତ୍ରିପାଠୀ, ରହିତ ତ୍ରିପାଠୀ, ଦିଲ୍ଲୀପ ମିଶ୍ର, ତ୍ରିଲୋଚନ ନନ୍ଦ, କବିଚନ୍ଦ୍ର ଗୁରୁ, ଭିକାରାମ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଉପସ୍ଥିତ ଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories