www.samajalive.in
Friday, December 12, 2025
16.1 C
Bhubaneswar

୧୫ ବର୍ଷର ଦାବି ପୁରଣ ହେଲା, ରାମନାଗୁଡାରେ ହେବ ଥାନା

ରାମନାଗୁଡା: ଏଣିକି ଆଉ ଥାନା କାର୍ଯ୍ୟନେଇ ଆଉ ଗୁଣୁପୁର ଯିବାକୁ ପଡିବ ନାହିଁ। ଆଜି ଓଡିଶା ସରକାର ଏହାକୁ ବିଧିବଦ୍ଧ ଭାବେ ରାୟଗଡ଼ା ଜିଲ୍ଲା ରାମନାଗୁଡାରେ ଥାନା ହେବା ନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହିକ୍ରମରେ ପୂର୍ବରୁ ଥାନା କାର୍ଯ୍ୟ ପାଇଁ ଲୋକଙ୍କୁ ଗୁଣୁପୁର ଆର୍ଦଶ ଥାନା ଉପରେ ନିର୍ଭର ହେବାକୁ ପଡୁଥିଲା। ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ରାମନାଗୁଡାରେ ଥାନା ଆବଶ୍ୟକତା ଥିଲା। ଆଜି ଏହି ଥାନା ହେବା ନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ କ୍ରମରେ ଅଞ୍ଚଳବାସୀଙ୍କ ନୂତନ ଆଶା ସଞ୍ଚାର ହୋଇଛି। ସୂଚନା ଥାଉକି ଅଞ୍ଚଳବାସୀ ରାମନାଗୁଡାରେ ଥାନା ନିର୍ମାଣ ପାଇଁ ଦୀର୍ଘ ୧୫ ବର୍ଷ ହେବ ବାରମ୍ବାର ବାରମ୍ବାର ଦାବି କରି ଆସୁଥିଲେ। ଏନେଇ ଅଞ୍ଚଳବାସୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories