www.samajalive.in
Thursday, December 11, 2025
15.1 C
Bhubaneswar

ବଜ୍ରପାତରେ ୩ ଗୁରୁତର

ପାତ୍ରପୁର: ପାତ୍ରପୁର ପଞ୍ଚାୟତ ବମକେଇ ଗ୍ରାମ ନିକଟ ଜମିରେ ବଜ୍ରପାତ ଘଟି ୪ ମହିଳା ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଥିବା ଜଣାପଡ଼ିଛି। ପାତ୍ରପୁର ଗ୍ରାମର ତମାଳ ବେହେରା, ସୁମିତ୍ରା ବେହେରା, ଶଶୀ ବେହେରା, ଜୟନ୍ତୀ ସେଠୀ ଏହି ବଜ୍ରପାତରେ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରୁ ତମାଳ ବେହେରା, ଶଶୀ ବେହେରା ଏବଂ ସୁମିତ୍ରା ବେହେରାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଚିକିତ୍ସାପାଇଁ ସ୍ଥାନାନ୍ତରିତ କରାଯାଇଛି। ଶନିବାର ପାତ୍ରପୁର ଗ୍ରାମର କିଛି ମହିଳା ନିକଟ ବମକେଇ ଗ୍ରାମର ଜଣେ ବ୍ୟକ୍ତିଙ୍କ ଜମିକୁ ଧାନ ରୋଇବା ପାଇଁ ଯାଇଥିଲେ। ଶ୍ରମିକମାନେ କାଳିଆ ବେଢା ପୋଖରୀ ନିକଟ ଜମିରେ ପାଖରେ ଖାଉଥିବା ବେଳେ ହଠାତ ବଜ୍ରପାତରେ ହୋଇଥିଲା। ଫଳରେ ଏହି ଚାରିଜଣ ଶ୍ରମିକ ଅସୁସ୍ଥତା ଅନୁଭବ କରିବା ସହ ବିଲରେ ପଡ଼ିଯାଇ ଥିଲେ। ତୁରନ୍ତ ସେହି ମାନଙ୍କୁ ଚିକିତ୍ସାପାଇଁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କୁ ଅଧିକ ଚିକିତ୍ସାପାଇଁ ୧୦୮ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories