କଲମପୁର: କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡି ଦିନିକିଆ ଥୁଆମୁଳ ରାମପୁର ଗସ୍ଥରେ ଆସିଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ଥ ଅବସରରେ କାଣିଗୁମା ଠାରେ କଫିବୋର୍ଡ ଦ୍ୱାରା ଥୁଆମୁଳ ରାମପୁର ବ୍ଲକରେ କରାଯିବାକୁ ଥିବା କଫି ଚାଷର ଶୁଭାରମ୍ଭ କରିଥିଲେ। ଏହି ବ୍ଲକର ଗୋପିନାଥପୁର ପଂଚାୟତର ବଡବଫଲା, ମହୁଲପାଟଣା ପଂଚାୟତର ଉପରଚୋବରୀ ଗ୍ରାମରେ ପର୍ଯ୍ୟାୟ କ୍ରମେ କଫି ଚାଷ ଆରମ୍ଭ କରାଯିବା ନେଇ ସୁଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ କାଣିଗୁମାର ୨୯.୩୩ ଏକର ଜମିରେ କଫି ଚାଷ କରାଯିବ।
ଜିଲ୍ଲାପାଳଙ୍କ ଏହି ଗସ୍ଥ ସମୟରେ ଜଳଛାୟା ମିଶନ ଦ୍ୱାରା କାଠଘରା ଗ୍ରାମର ଦୁଇ ଜଣ ଚାଷୀ କରିଥିବା ଆମ୍ବ ବଗିଚା ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ପୁଣି ଅଡ୍ରି ଗସ୍ଥ କରି ସେଠାରେ ଥିବା ବିଦ୍ୟାଳୟ ପରିଦର୍ଶନ କରିବା ସହ ସେଠାରେ ନୁତନ ବିଦ୍ୟାଳୟ କୋଠା ଓ ଛାତ୍ରୀ ନିବାସ ଏବଂ ଛାତ୍ରାବାସ ପାଇଁ ଚିହ୍ନଟ ହେଇଥିବା ଜମି ଦେଖିଥିଲେ। ଏହାପରେ ବଡବଫଲା ଠାରେ ଜଳ ଛାୟା ମିଶନ ଦ୍ୱାରା ହେଇଥିବା ବୃକ୍ଷ ରୋପଣ କାର୍ଯ୍ୟ ଦେଖି ବ୍ଲକ କାର୍ଯ୍ୟାଳୟକୁ ଫେରି ସମସ୍ତ ବିଭାଗର କାର୍ଯ୍ୟ ସମ୍ବନ୍ଧରେ ସମୀକ୍ଷା କରିଥିଲେ। ଏଥିରେ ଭାରପ୍ରାପ୍ତ ବି.ଡି.ଓ ଭରତ ମେହେରଙ୍କ ସମେତ ସମମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।



