www.samajalive.in
Monday, December 15, 2025
16.1 C
Bhubaneswar

ନିଖୋଜର ୨ ମାସ ପରେ ମଧ୍ୟ ବିବାହିତା ଯୁବତୀଙ୍କ ପତ୍ତା ମିଳୁନି

କଲମପୁର: ଇନ୍ଦ୍ରାବତୀ ନଦୀକୁ ଗାଧୋଇବାକୁ ଯାଇ ଫେରିଲେନି ବିବାହିତା ଯୁବତୀ। ପରିବାର ତରଫରୁ ଯୁବତୀଙ୍କ ନିଖୋଜ ନେଇ ଥୁଆମୁଲ ରାମପୁର ଥାନାରେ ଦିଆଗଲା ଏତଲା। ପୁଣି ଯୁବତୀଙ୍କ ବାପା ଘର ତରଫରୁ ନିଜ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଏଭଳି ନିଖୋଜ ହେଇଥିବା ନେଇ ଅଭିଯୋଗ କରାଯାଇଥିବା ନେଇ ଏତଲା ଦିଆଗଲା। କିନ୍ତୁ ନିଖୋଜ ହେବାର ଦୀର୍ଘ ୨ ମାସ ପରେ ମଧ୍ୟ ଉକ୍ତ ଯୁବତୀଙ୍କ କୌଣସି ଖୋଜ ଖବର ମିଳୁ ନାହିଁ। ଝିଅ ଜିବୀତ ନାଁ ମୃତ ସେ ନେଇ ଆଶା ଓ ଆଶଙ୍କାରେ ମହିଳାଙ୍କ ବାପା ମା।

ସୁଚନା ଅନୁସାରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ କୋଷାବୋରା ଗ୍ରାମର ଗଜାନନ ନାଏକଙ୍କ ଝିଅ ପ୍ରିୟମ୍ବଦା ନିଜ ଗାଁ ଠାରେ ବିବାହ କରିଥିଲେ ମଧ୍ୟ ନିଜ ସ୍ୱାମୀ ଓ ଝିଅକୁ ଛାଡି ଗୋପାଳପୁର ଗ୍ରାମର ଜନୈକ ବିବାହିତ ଯୁବକ ବୃନ୍ଦାବନ ନାଏକଙ୍କ ପ୍ରେମରେ ପଡ଼ି ଦ୍ୱିତୀୟ ପକ୍ଷ ଭାବେ ପଳାଇଯାଇଥିଲା। ଉଭୟ ପ୍ରିୟମ୍ବଦା ଓ ବୃନ୍ଦାବନ କିଛି ଦିନ ହସ ଖୁସିରେ ଦିନ ଅତିବାହିତ କରିବା ପରେ ହଠାତ୍‍ ନିଖୋଜ ହେବା ଘଟଣା ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟପଟେ ଗୋଟିଏ ଘଟଣାକୁ କେନ୍ଦ୍ର କରି ଦୁଇଗୋଟି ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ କୌଣସି ଖୋଜ ଖବର ନନେବା ପୁଲିସର ଭୂମିକା ନେଇ ସାଧାରଣରା ସନ୍ଦେହ କରାଯାଉଥିବା ବେଳେ ଯୁବତୀଙ୍କ ବାପା ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ଜଣାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଚନା ମିଳିନଥିବାରୁ ନିରାଶ ହେଇଛନ୍ତି। ଏନେଇ ଥୁଆମୁଳ ରାମପୁର ଥାନା ଅଧିକାରୀ ଗୋବନ୍ଦ ଚନ୍ଦ୍ର ମାଝୀଙ୍କ ସହ ଯୋଗାଯୋଗ କରାଯାଇଥିଲା ୮ମାସ ଧରି ବୃନ୍ଦାବନ ପାଖରେ ପ୍ରିୟମ୍ବଦା ରହିଥିଲା। ସେ କେଉଁ ପରିସ୍ଥିତିରେ ନିଖୋଜ ହେଲା ସେନେଇ ତଦନ୍ତ ଜାରି ରହିଛି ବୋଲି ସୁଚନା ଦେଇଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories