www.samajalive.in
Sunday, December 7, 2025
26.1 C
Bhubaneswar

ଏ.ଟି.ଏମ୍ ଭାଙ୍ଗି ଲୁଟ ଉଦ୍ୟମ

କଲମପୁର : ଲାଗି ରହିଛି କରୋନାର ଭୟାବହତା। ଏଥିପାଇଁ ସମଗ୍ର ଦେଶରେ ଲକ ଡାଉନ (ତାଲାବନ୍ଦ)। ଏହି ତାଲାବନ୍ଦ କାରଣରୁ ସହର ଠାରୁ ଗ୍ରାମାଞ୍ଚଳ ସବୁଆଡ଼େ ଜନ ମାନବ ଶୂନ୍ୟ। ଖାଁ ଖାଁ ରାସ୍ତା ଘାଟ। ଏହି ଜନ ମାନବ ଶୂନ୍ୟ ଦୁର୍ବୃତ୍ତଙ୍କ ପାଇଁ ଲୁଟ କରିବାର ସୁଯୋଗ ସୃଷ୍ଟି କରିଛି। ଗତ ସୋମବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା କଲମପୁର ବ୍ଲକ ସଦର ମହାକୂମାରରେ ଥିବା ଏକମାତ୍ର ଜାତୀୟ କରଣ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଏକ ଏ.ଟି.ଏମକୁ ଦୁର୍ବୃତ୍ତମାନେ ଭାଙ୍ଗି ଲୁଟ କରିବାକୁ ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ଏ.ଟି.ଏମକୁ ଏକ ଲୁହା ଶାବଳରେ ତାଡି ଦେଇ ଭାଙ୍ଗି ଦେଇଥିଲେ। ମଙ୍ଗଳବାର ସକାଳେ ଏନେଇ ଶାଖା ପରିଚାଳକ ଭାଗିରଥି ହୋତା ସୁଚନା ପାଇବା ପରେ ତୁରନ୍ତ ଏଟିଏମ ପରିଚାଳନାରେ ଥିବା ସଂସ୍ଥାକୁ ସୂଚନା ଦେବା ସହ ସ୍ଥାନୀୟ ପୁଲିସ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ଏନେଇ ସୂଚନା ପାଇବା ପରେ ତୁରନ୍ତ ଏ.ଟି.ଏମ ନିକଟରେ ଉପସ୍ଥିତ ହୋଇ ଘଟଣାର ପାରିପାର୍ଶ୍ବିକ ଅବସ୍ଥା ଦେଖିବା ସହ ଜୟପାଟଣା ଥାନା ଅଧିକାରୀଙ୍କୁ ଅଧିକ ତଦନ୍ତ ଥିବା ନେଇ ସୂଚନା ଦେଇଥିଲେ। ଜୟପାଟଣା ଥାନା ଅଧିକାରୀଙ୍କ ଅନୁରୋଧ କ୍ରମେ ଏକ ବୈଷୟିକ ଜ୍ଞାନୀ ଦଳ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୂନା ସଂଗ୍ରହ କରିଥିଲେ। ଏହାସହ ସି.ସି.ଟିଭିରେ ଡକାୟତି ଉଦ୍ୟମର ରେକର୍ଡିଙ୍ଗ ଯାଞ୍ଚ କରିଥିଲେ। ଏଥିରେ ପ୍ରାୟ ୩ ଜଣ ବ୍ୟକ୍ତି ସାମିଲ ଥିବା ସୂଚନା ମିଳିଛି। କିନ୍ତୁ ଏ.ଟି.ଏମରୁ ଟଙ୍କା ଲୁଟ ହୋଇ ନଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories