www.samajalive.in
Sunday, December 7, 2025
26.1 C
Bhubaneswar

ସିଙ୍ଗାରୀ ଜଙ୍ଗଲରେ ବାଘ ଆତଙ୍କ : ୩ ଛେଳିଙ୍କ ମୃତ ଦେହ ଉଦ୍ଧାର

କଲମପୁର : କଳାହାଣ୍ଡି ଜିଲା କଲମପୁର ସିଙ୍ଗାରୀ ଜଙ୍ଗଲରେ ଏକ ବାଘ ଆତଙ୍କ ଦେଖାଯାଇଛି। ଏହି ବାଘ ହାବୁଡରେ ପଡି ନିଖୋଜ ହେଇଥିବା ୧୧ ଛେଳିଙ୍କ ମଧ୍ୟରୁ କେବଳ ତିନି ଗୋଟି ଛେଳିଙ୍କ ମୃତ ଦେହକୁ ଉଦ୍ଧାର କରିଛ ବନ ବିଭାଗ। ଏଭଳି ଘଟଣା ପ୍ରଚାର ହେବା ପରେ ସିଙ୍ଗାରୀ ଜଙ୍ଗଲକୁ ଲାଗିରହିଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଗତ ମଙ୍ଗଳବାର ଅପରାହ୍ନରେ ଥୁଆମୁଳ ରାମପୁର ବ୍ଲକ ତଥା ସଦର ପଞ୍ଚାୟତ ଅଧିନସ୍ତ ମେଲକୁନ୍ଦେଲ ଗ୍ରାମର ଉମର ପରାଭୋଇଙ୍କ ୭ ଗୋଟି, ପରମାନନ୍ଦ ନାଏକଙ୍କ ୨ ଗୋଟି, ସନମତି ମାଝୀଙ୍କ ଗୋଟିଏ ଓ ଗାହି ପରାଭୋଇଙ୍କ ଗୋଟିଏ ସର୍ବମୋଟ ୧୧ ଗୋଟି ଛେଳିକୁ ଚରାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ନିଆଯାଇଥିଲା। ଛେଳି ସବୁ ଚରୁଥିବା ସମୟରେ ବାଘ ହାବୁଡରେ ପଡିଯାଇଥିଲେ। ସନ୍ଧ୍ୟା ସୁଦ୍ଧା ଛେଳି ସବୁ ଘରକୁ ନଆସିବାରୁ ଜଙ୍ଗଲ ଭିତରେ ଖୋଜିଥିଲେ। କିନ୍ତୁ କୌଣସି ଗୋଟିଏ ଛେଳିର ମଧ୍ୟ ସନ୍ଧାନ ମିଳିନଥିଲା। ବୁଧବାର ଦିନ ଏନେଇ ଥୁଆମୁଳ ରାମପୁର ବନାଞ୍ଚଳ ଅଧିକାରୀଙ୍କ ନିକଟରେ ଛେଳି ସବୁ ଚରିବାକୁ ଯାଇ ଜଙ୍ଗଲରେ ନିଖୋଜ ହୋଇଥିବା ସମ୍ବନ୍ଧରେ ସୂଚନା ଦେଇଥିଲେ। ଏନେଇ ଜାଣିବା ପରେ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ପାଲୋ ଜାଣିବା ପରେ ବନପାଳ ସୈରେନ୍ଦ୍ରୀ ବାଗ, ବନ ସୁରକ୍ଷା କର୍ମୀ ଶ୍ରୀନିବାସ ବାଣୁଆ, ବ୍ରଜ ସୁନ୍ଦର ବେହେରା, ଆମ ଜଙ୍ଗଲ ଯୋଜନାର ଟିମ୍ ଲିଡର ବିଦ୍ୟାଧର ଗହିର, ଗିରୀ ରଞ୍ଜନ ଗହିର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଗୁରୁବାର ଦିନ ନିଖୋଜ ୧୧ ଗୋଟି ଛେଳିଙ୍କ ମଧ୍ୟରୁ ମାତ୍ର ତିନିଗୋଟି ଛେଳିର ମୃତ ଦେହ ଜଙ୍ଗଲ ଭିତରେ ପଡିଥିବା ଦେଖିଥିଲେ। ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇ ଶୁକ୍ରବାର ପ୍ରମୁଖ ବନ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଥୁଆମୁଳ ରାମପୁର ସହକାରୀ ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ଅମିତ ରଞ୍ଜନ ସାହୁ ଛେଳି ସବୁକୁ ବ୍ୟବଚ୍ଛେଦ କରିଥିଲେ। ଏହାପରେ ମୃତ ଛେଳିଙ୍କୁ ଏକ ଗାତ ମଧ୍ୟରେ ପୋତି ଦିଆଯାଇଥିଲା। ବନ ବିଭାଗ କର୍ମଚାରୀ ଛେଳି ନିଖୋଜ ଓ ମୃତ ଦେହ ଉଦ୍ଧାରର ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପରେ ଏବଂ ବାଘର ପାଦ ଚିହ୍ନକୁ ଚିହ୍ନଟ କରିବା ପରେ ଏହି କାଣ୍ଡ ବାଘର ବୋଲି ନିଶ୍ଚିତ କରିଥିଲେ। ଗରିବ ବନବାସୀ ଛେଳି ପାଳନକୁ ନିଜର ଜୀବିକାର୍ଜନର ପନ୍ଥା ଭାବେ ଗ୍ରହଣ କରିଥିବା ବେଳେ ରିତିମତ ଭଳି ବାଘ ଆକ୍ରମଣର ଶିକାର ହେଉଥିବାରୁ ସେମାନଙ୍କ ଜୀବିକା ଦୁର୍ବିସହ ହୋଇ ପଡୁଛି। ତେଣୁ ତୁରନ୍ତ ବନ ବିଭାଗ ଏହି ପ୍ରଭାବିତ ବନବାସୀଙ୍କୁ ଉଚିତ୍ କ୍ଷତିପୁରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories