www.samajalive.in
Sunday, December 7, 2025
26.1 C
Bhubaneswar

ନାଲିଫିତା ତଳେ କଳାହାଣ୍ଡିର କୃଷି ବିଶ୍ୱବିଦ୍ୟାଳୟ

ଭବାନୀପାଟଣା (ବିଜୟ ଦ୍ବିବେଦୀ)- କଳାହାଣ୍ଡି ଏକ ଅନୁନ୍ନତ, ପଛୁଆ ଓ ଆଦିବାସୀ ବହୁଳ  ଜିଲାର ସଦର ମହକୁମା ଭବାନୀପାଟଣା ଠାରେ ୨୦୧୫ ମସିହାରୁ କୃଷି ମହାବିଦ୍ୟାଳୟ କାର୍ୟ୍ୟକ୍ଷମ ହୋଇଛି । ତେବେ ଜିଲାରେ ଇନ୍ଦ୍ରାବତୀ ବହୁମୁଖି ପ୍ରକଳ୍ପ ସମେତ ଅନେକ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାପରେ ଜିଲାରେ ଚାଷଜମିର ପରିମାଣ ବଢିବା ସହ ଅନେକେ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଜିଲାରେ ଏକ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ବୁଦ୍ଧିଜୀବୀମହଲରେ ଦାବି ଉଠିଥିଲା। କାରଣ ଜିଲାରେ କୃଷି ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ୟକ ସମସ୍ତ ମାନଦଣ୍ଡ ଓ ଭିତ୍ତିଭୂମି ରହିଛି। ଛାତ୍ରଛାତ୍ରୀଙ୍କ ଗବେଷଣା ଓ ଉଚ୍ଚକୋଟିର ଶିକ୍ଷା ପାଇଁ ମଧ୍ୟ ସୁବ୍ୟବସ୍ଥା ରହିଛି। ତେଣୁ ଓଡ଼ିଶାର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଭବାନୀପାଟଣା ଠାରେ କରିବାକୁ ତତ୍‌କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରତିଶ୍ରୁତି ଦେଇଥିଲେ । ଏହା ପରଠାରୁ ବିଭିନ୍ନ ରାଜ​‌େ​‌ନୖତିକ ଦଳ ଓ ସଂଗଠନ ପକ୍ଷରୁ କଳାହାଣ୍ଡି ଜିଲାରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଠାରେ ଅନେକଥର ଦାବି କରାଯାଇଛି। ଏପରିକି ଏନେଇ ଓଡ଼ିଶା ବିଧାନସଭାରେ ମଧ୍ୟ ଆଲୋଚନା ହୋଇଛି। କିନ୍ତୁ ପ୍ରସ୍ତାବିତ କଳାହାଣ୍ଡି କୃଷି ବିଶ୍ୱବିଦ୍ୟାଳୟ ଫାଇଲ ରାଜ୍ୟ ସରକାରଙ୍କ ନାଲିଫିତା ତଳେ ଚାପିହୋଇ ରହିଯାଇଛି। ଏହାକୁ ନେଇ ଜିଲାରେ ଅସନ୍ତୋଷର ଦାନା ବାନ୍ଧୁଛି।

 

- Advertisement -

ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ ସମେତ ଅନ୍ୟାନ୍ୟ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବା ପରେ କଳାହାଣ୍ଡି ନିଜ ଦୁର୍ନାମ ‘ଭୋକର ଭୂଗୋଳ’କୁ ସବୁଦିନ ପାଇଁ ଲିଭାଇଦେବା ସହିତ ଦେଶ ଓ ରାଜ୍ୟରେ ଧାନ ଏବଂ କପା ଉତ୍ପାଦନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଜିଲାରେ ବିଭିନ୍ନ ପ୍ରକାର ତୈଳଜାତୀୟ, ଫଳ ଏବଂ ପୁଷ୍ପ ଜାତୀୟ ଚାଷ ବୃଦ୍ଧି ପାଇଛି। ଏହାକୁ ଆଖିଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଭବାନୀପାଟଣାରେ ୨୮.୬୬ ଏକର ଜମିରେ ୨୦୧୫ ମସିହାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ଏଠାରେ ଗବେଷଣା କେନ୍ଦ୍ର ଖୋଲାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଗମନାଗମନ, ଉଚ୍ଚଶିକ୍ଷା, ପିଇବାପାଣି ପାଇଁ ସୁବିଧା ରହିଛି। ପରେ କୃଷି ବିଶ୍ବବିଦ୍ୟାଳୟ ପାଇଁ ଦାବି ଉଠିବା ପରେ କର୍ଲାପଡା, ଜାରିଂ, ଭବାନୀପାଟଣା ନିକଟରେ ୮୦୦ ଏକରରୁ ଊର୍ଦ୍ଧ୍ବ ସରକାରୀ ଜମିକୁ ଜିଲା ପ୍ରଶାସନ ଚିହ୍ନଟ କରିଛି । ୨୦୧୪ ମସିହା ଅଦିନିଆଁ ବର୍ଷାର କ୍ଷୟକ୍ଷତିର ଆକଳନ ଓ ସମୀକ୍ଷା ପାଇଁ କଳାହାଣ୍ଡି ଗସ୍ତରେ ଆସିଥିବା ତତ୍‌କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ରାଜ୍ୟ ସରକାର ଭବାନୀପାଟଣା ସ୍ଥିତ ସରକାରୀ କୃଷି ମହାବିଦ୍ୟାଳୟକୁ କୃଷି ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ଏବଂ ଶୀଘ୍ର ଏହାର କାର୍ୟ୍ୟ ଆରମ୍ଭହେବ ବୋଲି ସୂଚନା ଦେଇଥିଲେ। କିନ୍ତୁ ପରେ କୃଷିମନ୍ତ୍ରୀ, ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଭୁଲିଗଲେ। କଳାହାଣ୍ଡି​ରେ କୃଷି ବିଶ୍ୱବିଦ୍ୟାଳୟ ଦାବିକରି ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଗଲା। ଏପରିକି ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧର୍ମଗଡ଼ ଗସ୍ତ ସମୟରେ ଜିଲାର ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ କୃଷି ବିଶ୍ୱବିଦ୍ୟାଳୟକୁ ନେଇ ତାଙ୍କ ଦୃଷ୍ଟି ଆର୍କଷଣ କରିଥିଲେ। କଳାହାଣ୍ଡି ଶିକ୍ଷାବିକାଶ ପରିଷଦ ସଭାପତି ପ୍ରଫେସର ଗୋପବନ୍ଧୁ ବେହେରାଙ୍କ ନେତୃତ୍ୱରେ ଜିଲାର ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କଳାହାଣ୍ଡି କୃଷି ମହାବିଦ୍ୟାଳୟକୁ କୃଷି ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଏକ ତଥ୍ୟଭିତ୍ତିକ ଦାବିପତ୍ର ପ୍ରଦାନ କରିଥିଲେ। କଳାହାଣ୍ଡି ଓକିଲ ସଂଘ, ଶିକ୍ଷା ବିକାଶ ପରିଷଦ, ବରିଷ୍ଠ ନାଗରିକ ସଂଘ ଓ କଳାହାଣ୍ଡି ବଣିକ ସଂଘ ପକ୍ଷରୁ ମଧ୍ୟ ଦାବି କରାଯାଇଥିଲା। କିନ୍ତୁ ଏହି ପ୍ରସ୍ତାବ ଓ ଦାବିକୁ ୬ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଆଜିପର୍ୟ୍ୟନ୍ତ ରାଜ୍ୟ ସରକାରଙ୍କ ନାଲିଫିତା ତଳେ ଚାପିହୋଇ ରହିଯାଇଛି। ଆଶ୍ଚର୍ୟ୍ୟଜନକ ଭାବେ କୃଷି ବିଶ୍ୱବିଦ୍ୟାଳୟକୁ ନେଇ ପୂର୍ବରୁ ଯେଉଁ ଆନ୍ଦୋଳନ ଓ ଦାବି ଉଠୁଥିଲା ଏବେ ତାହା ଶୀତଳ ପଡିଯାଇଛି । ତେଣୁ ଜିଲାବାସୀଙ୍କ ଏହି ଆଶା ଓ ସ୍ୱପ୍ନ କେ​‌େ​‌ବ ପୂୂରଣ ହେବ ତାହା ଆଜିମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ଏ ସଂପର୍କରେ ଭବାନୀପାଟଣା କୃଷି ମହାବିଦ୍ୟାଳୟର ଆସୋସିଏଟ୍‌ ଡିନ୍‌ ପ୍ରଫେସର ଶାନ୍ତନୁ ମହାନ୍ତିଙ୍କୁ ପଚାରିବାରୁ ଏନେଇ ମୋ ନିକଟରେ କୌଣସି ତଥ୍ୟ ନାହିଁ ବୋଲି ପ୍ରକାଶ କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories