www.samajalive.in
Saturday, December 6, 2025
23.1 C
Bhubaneswar

କାଜଲଙ୍କ କଡ଼ା ନିଷ୍ପତ୍ତି

ବଲିଉଡର ଅନ୍ୟତମ ସୁଖୀ ଦମ୍ପତି ଭାବେ କାଜଲ୍-ଅଜୟ ଦେବଗନ୍ ଜଣାଯାନ୍ତି। ସିନେଜଗତ କଳାକାରମାନେ ଭଲଭାବେ ଅବଗତ ଯେ ଅଜୟ ବିବାହ ପରେ ଅନେକ ଥର ବାଟବଣା ହୋଇଛନ୍ତି, କିନ୍ତୁ କାଜଲ ପ୍ରତିଥର ତାଙ୍କୁ କ୍ଷମା କରିବା ସହ ଢାଲ ପରି ସ୍ବାମୀଙ୍କ ପାଖେପାଖେ ରହିଛନ୍ତି। ଏଇ କିଛିଦିନ ତଳେ କାଜଲ ଏକ ସାକ୍ଷାତକାରରେ କହିଥିଲେ, ଝିଅ ନାଇଶା ଓ ପୁଅ ୟୁଗ୍ ତାଙ୍କୁ ‘ହିଟଲର୍ ମମ୍ମି’ କହନ୍ତି, ଅନ୍ୟପାଖେ ବାପା ଅଜୟ ସେମାନଙ୍କର ସବୁଠୁ ଭଲ ସାଙ୍ଗ। ବାପା-ମା’ଙ୍କ ମଧ୍ୟରେ କେହି ଜଣେ ପିଲାଙ୍କୁ ଉଚିତ୍ ବ୍ୟବହାର, ଆଦବକାଇଦା ଶିଖାଇବା ଜରୁରୀ। ଏଣୁ ସେ ଯଦିଓ ଖୁବ୍ କଠୋର ନୁହନ୍ତି, କିନ୍ତୁ ଦୁଇ ପିଲାଙ୍କ ପାଇଁ ଉଚିତ୍ ପ୍ରଶିକ୍ଷକ ହେବାକୁ ଚେଷ୍ଟା କରନ୍ତି। ସ୍ବାମୀ ଅଜୟଙ୍କ କ୍ୟାରିୟରରେ ମଧ୍ୟ କାଜଲଙ୍କର ପ୍ରମୁଖ ହାତ ରହିଛି। ଅଜୟ ନିର୍ଦେଶନା କ୍ଷେତ୍ରକୁ କିଛି ବର୍ଷ ତଳେ ଓହ୍ଲାଇଥିଲେ। ‘ୟୁ ମି ହମ୍’, ‘ଶିବାୟ’ ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ଆଦୌ ଭଲ ବ୍ୟବସାୟ କରିପାରିଲା ନାହିଁ। ଏହା ସତ୍ତ୍ବେ ଅଜୟ ଅନ୍ୟ ଏକ ଚଳଚ୍ଚିତ୍ର ନିର୍ଦେଶନା ଦେବାକୁ ଯୋଜନା କରୁଥିଲେ। ଏ କଥା କାଜଲ୍ ଜାଣିବା ପରେ ନିର୍ଦେଶନାରେ ସେ ସଫଳ ହୋଇପାରୁ ନାହାନ୍ତି ବୋଲି ଉଦାହରଣ ଦେଖାଇ ତାଙ୍କୁ ବୁଝାଇ ଦେଇଥିଲେ। ବରଂ ପ୍ରଯୋଜନା ଓ ଅଭିନୟରେ ଅଜୟ ସବୁବେଳେ ୧ ନମ୍ବର ବୋଲି କାଜଲଙ୍କ ଯୁକ୍ତି। କାଜଲଙ୍କ ଏହି କଡ଼ା ନିଷ୍ପତ୍ତିକୁ ଶେଷରେ ଅଜୟ ମାନିବାକୁ ବାଧ୍ୟ ହୋଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories