ଗୁଗୁଲ ମ୍ୟାପ୍ସ ସାହାଯ୍ୟରେ ଖୋଜି ପାଇବେ ହଜିଥିବା ସ୍ମାର୍ଟଫୋନ୍

ଆଜିର ଯୁଗରେ ଆପଣଙ୍କ ସ୍ମାର୍ଟଫୋନ୍ ହଜିଗଲେ ବା ଚୋରି ହୋଇଗଲେ, ସମସ୍ତ କାର୍ଯ୍ୟ ବନ୍ଦ ହୋଇଯିବାର ଅବସ୍ଥା ସୃଷ୍ଟି ହୋଇଥାଏ। ଫୋନ୍ ହଜିଗଲେ ଏଥିରେ ଥିବା ଡାଟା, ଫଟୋ ଏବଂ ଅନ୍ୟାନ୍ୟ ଜରୁରୀ ସୂଚନା ନଷ୍ଟ ହୋଇଯିବାର ଚିନ୍ତା ମଧ୍ୟ ଘାରି ଥାଏ।
ତେବେ ଯଦି ଆପଣଙ୍କ ସ୍ମାର୍ଟ ଫୋନ୍ ହଜି ଯାଇଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ ନିଜର ଚୋରି ଅବା ହଜି ଯାଇଥିବା ସ୍ମାର୍ଟ ଫୋନକୁ ସହଜରେ ଖୋଜି ପାଇ ପାରିବେ।
ସ୍ମାର୍ଟ୍ ଫୋନ୍ ହଜି ଗଲେ, ଆପଲ୍ ଫୋନ୍ ଓ ଆଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍ ବ୍ୟବହାରକାରୀ ‘ଫାଇଣ୍ଡ୍ ମାଇଁ ଫୋନ୍’ ଫିଚର୍ ଜରିଆରେ ଏହାକୁ ଟ୍ରାକ୍ ପାରିବେ। ଯେଉଁ ଯେଉଁ ସ୍ଥାନକୁ ଫୋନ୍ ନେଇ ଆପଣ ଯାଇଥିଲେ, ଏହି ଫିଚର୍ ସେହି ସ୍ଥାନ ଏବଂ ଲୋକେସନକୁ ଟ୍ରାକ୍ କରିଥାଏ।
ଏବେ ଆସନ୍ତୁ ଜାଣିବା, ଗୁଗୁଲ ମ୍ୟାପ୍ସ ସାହାଯ୍ୟରେ ଆପଣ କିପରି ନିଜର ହଜି ଯାଇଥିବା ସ୍ମାର୍ଟ ଫୋନର ଲୋକେସନ୍ ଜାଣିପାରିବେ। ଲୋକେସନ୍ ଟ୍ରାକ୍ କରିବା ସମୟରେ ଆପଣଙ୍କୁ କିଛି ଜରୁରୀ କଥାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ।
Related Posts