www.samajalive.in
Saturday, December 6, 2025
16.1 C
Bhubaneswar

ମୁକୁଳିିବେ ନୱାଜ୍‍ ସରିଫ

ଇସଲାମାବାଦ୍‍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‍ଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ନୱାଜ୍‍ଙ୍କ ଦଣ୍ଡକୁ ସ୍ଥଗିତ ରଖିବା ସହିତ ତାଙ୍କୁ ଜେଲ୍‍ରୁ ମୁକ୍ତ କରିବା ପାଇଁ ପାକିସ୍ତାନର ଏକ କୋର୍ଟ ନିର୍ଦେଶ ଦେଇଛନ୍ତି। ନୱାଜ୍‍ଙ୍କ ସହିତ ତାଙ୍କ ଝିଅ ମାରିୟାମ୍‍ ଓ ଜ୍ୱାଇଁ ସଫ୍‍ଦାର ଅୱନଙ୍କ ମୁକ୍ତି ପାଇଁ ମଧ୍ୟ କୋର୍ଟ ନିର୍ଦେଶ ଦେଇଛନ୍ତି।
ବିଦେଶରେ ସମ୍ପତ୍ତି ଠୁଳ ସଂକ୍ରାନ୍ତରେ ଖବର ପ୍ରକାଶ କରିଥିବା ବହୁ ଚର୍ଚ୍ଚିତ ପାନାମା ପେପରରେ ନୱାଜ୍‍, ମାରିୟାମ୍‍ ଓ ସଫ୍‍ଦାରଙ୍କ ନାମ ଆସିବା ପରେ ସେମାନଙ୍କୁ ଗତ ଜୁଲାଇ ୬ ତାରିଖରେ ପାକିସ୍ତାନ କୋର୍ଟ ଜେଲ୍‍ ଦଣ୍ଡାଦେଶ ଶୁଣାଇଥିଲେ। ନୱାଜ୍‍ଙ୍କୁ ୧୦ ବର୍ଷ ଜେଲ୍‍ ଦଣ୍ଡାଦେଶ ହୋଇଥିବା ବେଳେ ମାରିୟାମ୍‍ଙ୍କୁ ୮ ବର୍ଷ ଓ ସଫ୍‍ଦାରଙ୍କୁ ୧ ବର୍ଷ ଜେଲ୍‍ ଦଣ୍ଡାଦେଶ ହୋଇଥିଲା।
ଏହି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ନୱାଜ୍‍ଙ୍କ ପକ୍ଷରୁ ଇସଲାମାବାଦ୍‍ର ହାଇକୋର୍ଟରେ ଆବେଦନ କରାଯାଇଥିଲା। ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ନୱାଜ୍‍ଙ୍କ ନାମରେ ଲଣ୍ଡନର ଆଭେନ୍‍ଫିଲ୍ଡ ଆପାର୍ଟମେଣ୍ଟ ମାଲିକାନା ଥିବା କୌଣସି ପ୍ରମାଣ ନାହିଁ। ତେଣୁ ତାଙ୍କୁ ଖୁବ୍‍ ଶୀଘ୍ର ଜେଲ୍‍ରୁ ମୁକ୍ତ କରାଯାଉ। ୫୦ ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ତିିନି ଜଣଙ୍କୁ ମୁ୍‍କ୍ତ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। କେବଳ ଔପଚାରିକତା ସମାପ୍ତ ପରେ ବୁଧବାର ନୱାଜ୍‍ ଓ ତାଙ୍କ ଝିଅ, ଜ୍ୱାଇଁ ଜେଲ୍‍ରୁ ମୁକ୍ତ ହେବେ ବୋଲି ଜଣାପଡ଼ିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories