କଇରାନା ଉପନିର୍ବାଚନ: ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଲେ କନୱାର

0

ଲକ୍ଷ୍ନୌ : କର୍ଣ୍ଣାଟକରେ ବିଜେପି ବିରୋଧୀ ମେଳିର ପ୍ରଭାବ ପଡ଼ିଛି ଉତ୍ତରପ୍ରଦେଶର କଇରାନା ଲୋକସଭା ଉପନିର୍ବାଚନରେ। ଏଠାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଲୋକଦଳ ପ୍ରାର୍ଥୀ କନୱାର ହାସାନ ନିର୍ବାଚନରୁ ଓହରି ଯାଇଛନ୍ତି। ସେ ଆର୍‍ଏଲଡି ପ୍ରାର୍ଥୀ ତବାସୁମ୍‍ ହାସାନଙ୍କ ସମର୍ଥନରେ ଏଭଳି ପଦକ୍ଷେପ ନେଇଛନ୍ତି। ତବାସୁମ୍‍ଙ୍କୁ ପୂର୍ବରୁ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, କଂଗ୍ରେସ ଓ ନିଶାଦ ପାର୍ଟି ସମର୍ଥନ କରିଛନ୍ତି। ଫଳରେ ତବାସୁମ୍‍ଙ୍କ ଶକ୍ତି ବୃଦ୍ଧି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ହାସାନ୍‍ଙ୍କ ଶାଳୀ ହେଉଛନ୍ତି ତବାସୁମ୍‍। ପୂର୍ବତନ ବହୁଜନ ସମାଜ ପାର୍ଟି ସାଂସଦ ମୁନାୱାର ହାସାନଙ୍କ ପତ୍ନୀ ହେଉଛନ୍ତି ତବାସୁମ୍‍। ଏହି ଉପନିର୍ବାଚନରେ ବିଜେପିରୁ ମୃଗାଙ୍କା ସିଂହ ପ୍ରାର୍ଥୀ ହୋଇଛନ୍ତି। ହୁକୁମ୍‍ ସିଂହଙ୍କ ପରଲୋକରେ ଏଠାରେ ନିର୍ବାଚନ ହେଉଛି। ହୁକୁମ୍‍ ଝିଅ ହେଉଛନ୍ତି ମୃଗାଙ୍କା।

Leave A Reply