BJD Bijuli 480×75 Mob

ଜୁଲ୍‌ଫିକାର ଅଲ୍ଲି ଭୁଟ୍ଟୋଙ୍କ ନାମରେ ସହିଦ ଯୋଡ଼ିଲା ପାକିସ୍ତାନ

BJD Bijuli 480×75 Mob
0

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲ୍‌ଫିକାର ଅଲ୍ଲି ଭୁଟ୍ଟୋଙ୍କ ମୃତ୍ୟୁର ୩୯ ବର୍ଷ ପରେ ତାଙ୍କ ନାମ ଆଗରୁ ସହିଦ ଯୋଡ଼ା ଯାଇଛି। ସିନ୍ଧ ହାଇକୋର୍ଟ ଜୁଲ୍‌ଫିକାର ଅଲ୍ଲି ଭୁଟ୍ଟୋଙ୍କୁ ସହିଦ୍‌ର ମାନ୍ୟତା ଦେବା ସହ ତାଙ୍କ ନାମ ଆଗରୁ ସହିଦ ଯୋଡ଼ିବାକୁ ପାକିସ୍ତାନ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ଏହି କ୍ରମରେ ପାକିସ୍ତାନ ସରକାର ତାଙ୍କ ନାମ ଆଗରୁ ସହିଦ ଶବ୍ଦକୁ ଯୋଡିଛି । ସିନ୍ଧ ହାଇକୋର୍ଟ କହିଥିଲେ ଯେ ଜୁଲ୍‌ଫିକାର ଅଲ୍ଲି ଭୁଟ୍ଟୋ ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ଗଣା ହେଉଥିଲେ। ୧୯୭୭ରେ ପାକିସ୍ତାନ ସେନା ତାଙ୍କୁ ଗାଦିଚ୍ୟୁତ କରିଥିଲା । ଏହାର ମାତ୍ର ୨ ବର୍ଷ ପରେ ତାଙ୍କୁ ଫାଶି ଦିଆଯାଇଥିଲା । ତାଙ୍କ ବିରୋଧରେ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ଥିଲେ ବି ସେ ମୃତ୍ୟୁ ପର୍ଯ୍ୟନ୍ତ ଏହାକୁ ଖଣ୍ଡନ କରିଥିଲେ । ଭୁଟ୍ଟୋ ୧୯୭୩ରୁ ୧୯୭୭ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ । ଏହା ପୂର୍ବରୁ ସେ ଆୟୁବ ଖାନଙ୍କ ସରକାରରେ ବିଦେଶ ମନ୍ତ୍ରୀ ଥିଲେ । ଆୟୁବ ଖାନଙ୍କ ସହ ମତାନ୍ତର ପରେ ସେ ୧୯୬୭ରେ ନିଜର ରାଜନୈତିକ ଦଳ ପିପିପି ଗଠନ କରିଥିଲେ । ୧୯୬୨ରେ ଭାରତ-ଚୀନ ଯୁଦ୍ଧ, ୧୯୬୫ ଏବଂ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ ପାକିସ୍ତାନ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦରେ ଥିଲେ । ୧୯୭୯ରେ ପାକିସ୍ତାନ ସୁପ୍ରିମକୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ସେହି ବର୍ଷ ତାଙ୍କୁ ଫାଶି ଦିଆଯାଇଥିଲା । ଏହି ଦଣ୍ଡାଦେଶ ପଛରେ ସେତେେବେଳ ଏକଛତ୍ରବାଦୀ ଶାସକ ଓ ସେନା ମୁଖ୍ୟ ଜିୟା ଉଲ ହକ୍‌ଙ୍କ ହାତ ରହିଥିଲା ବୋଲି ବିଶ୍ୱାସ କରାଯାଏ । ଏହାପରେ ୨୦୦୭ରେ ତାଙ୍କ ଝିଅ ତଥା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କୁ ରାୱଲପିଣ୍ଡିଠାରେ ଗୁଳି କରି ହତ୍ୟା କରାଯାଇଥିଲା ।

Leave A Reply