www.samajalive.in
Sunday, November 16, 2025
15.1 C
Bhubaneswar

ଅନ୍ତର୍ଜାତୀୟ ଜୁଡୋ ପ୍ରତିଯୋଗିତାରେ ସମ୍ବଲପୁରର ଈଶାନ ପ୍ରଧାନ

ସମ୍ବଲପୁର: ଓଡ଼ିଶାର ରାଜ୍ୟର ଜୁଡୋ ଖେଳ ଇତିହାସରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ସମ୍ବଲପୁରର ଜୁଡୋ ଖେଳାଳି ଈଶାନ ପ୍ରଧାନ। ଶ୍ରୀ ପ୍ରଧାନ ଆଗାମୀ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ କୋରିଆ ଦେଶର ମୁଙ୍ଗୟୋଙ୍ଗ ଠାରେ ଆୟୋଜିତ ହେବାକୁ ଥିବା ଏସୀୟ କ୍ୟାଡେଟ ଜୁଡୋ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରି ଖେଳିବେ। ଭାରତ ପକ୍ଷରୁ ଏହି ଆର୍ନ୍ତଜାତୀୟ କ୍ରିଡା ପ୍ରତିଯୋଗିତାରେ ସମୁଦାୟ ୪୮ ଜଣ କ୍ୟାଡେଟ, ପ୍ରଶିକ୍ଷକ, ରେଫରୀ ସମ୍ମଳୀତ ଦଳ ଅଂଶଗ୍ରହଣ କରୁଥିବା ବେଳେ ଈଶାନ ଜୁଡୋର କ୍ୟାଡେଟ ୯୦ କିଗ୍ରା ବର୍ଗରେ ଭାଗ ନେବେ।

ଭାରତୀୟ ଜୁଡୋ ମହାସଂଘ ତରଫରୁ ଗତ ମାସ ଆୟୋଜିତ ହୋଇଥିବା ଟ୍ରାଏଲ୍ସରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। ଈଶାନ ଗୋଆର ସାଇ ଏସଟିସି ପୋଣ୍ଡାରେ ଯୋଗ ଦେଇ ନିଜର ପ୍ରଶିକ୍ଷଣ ଓ ଅଭ୍ୟାସ ଜାରି ରଖିଛନ୍ତି। ପୂର୍ବତୁ ସେ କଳିଙ୍ଗ ଷ୍ଟାଡିୟମ ସ୍ଥିତ କ୍ରିଡା ଛାତ୍ରାବାସରେ ରହି ଜୁଡୋ ପ୍ରଶିକ୍ଷିକା ଗୀତାଞ୍ଜଳି ପଣ୍ଡାଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଥିଲେ। ସମ୍ବଲପୁରର ଗୋବିନ୍ଦତୋଲା ନିବାସୀ ସଙ୍ଗୀତା ଓ ଜିତେନ୍ଦ୍ର ପ୍ରଧାନଙ୍କ ପୁତ୍ର ଈଶାନ ବିଗତ ୩ ବର୍ଷ ହେବ ଭୁବନେଶ୍ୱର ଜୁଡୋ ସଂଘ ପକ୍ଷରୁ ବିିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରି ଆସୁଛନ୍ତି। ଈଶାନଙ୍କ ଏହି ବିରଳ କୃତୀତ୍ୱ ପାଇଁ ସମ୍ବଲପୁର ଅଞ୍ଚଳରେ କ୍ରିଡାପ୍ରେମୀ ମାନଙ୍କ ମଧ୍ୟରେ ଖୁସି ଜାହିର କରାଯାଉଥିବା ବେଳେ ଆର୍ନ୍ତଜାତୀୟ ସ୍ତରରେ ଉତ୍ତମ ପ୍ରଦର୍ଶନ କରି ଦେଶ ଓ ରାଜ୍ୟ ପାଇଁ ପଦକ ହାସଲ କରନ୍ତୁ ବୋଲି ଶୁଭକାମନା ଓ ଅଭିନନ୍ଦନ ଜଣାଯାଉଛି। ସୂଚନାଯୋଗ୍ୟ ଯେ, କୋରିଆ ଗସ୍ତ ପରେ ଈଶାନ ଆଗାମୀ ଦିନରେ ଆହୁରୀ ଆର୍ନ୍ତଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବେ।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories