www.samajalive.in
Sunday, December 7, 2025
23.1 C
Bhubaneswar

ଯୋଦ୍ଧାଙ୍କୁ ଅପମାନ କାହିଁକି, ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପରେ ସ୍ଥାନୀୟ ପ୍ରଶାସନ କାହିଁକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଶୁଣୁ ନାହିଁ ସାମ୍ବାଦିକ ମିଳିତ ମଞ୍ଚ ପ୍ରଶ୍ନ କରିଛି। ପୁରୀରେ ଜଣେ କାର୍ୟ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ଏଥିପାଇଁ ମଞ୍ଚ ତଦନ୍ତ ଓ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛି। ଏହି ଯେଦ୍ଧାମାନଙ୍କୁ ସମ୍ମାନ ନଦେଇ ସ୍ଥାନୀୟ ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ କଥାକୁ ହେୟ ଜ୍ଞାନ କରୁଛନ୍ତି ବୋଲି ମଞ୍ଚ ଜାଣିବାକୁ ଚାହୁଁଛି ବୋଲି ଆବାହକ ଲିଙ୍ଗରାଜ ସାହୁ କହିଛନ୍ତି। ସୂଚନା ଅନୁସାରେ ଏହି ଯୋଦ୍ଧାମାନଙ୍କୁ ନିୟମ ଅନୁଯାୟୀ ପ୍ରାଥମିକତା ଦୃଷ୍ଟିରୁ ଟିକା ପ୍ରଦାନ କରାଯିବା ଉଚିତ। ହେଲେ ସାମ୍ବାଦିକଙ୍କୁ ଟିକା ପ୍ରଦାନ ବେଳେ ସ୍ଥାନୀୟ ପ୍ରଶାସନ ବିଭିନ୍ନ ସ୍ଥାନରେ ଅବହେଳା କରୁଛି। ଏପରି ଉଦାହରଣ ରାଜଧାନୀରେ ମାତ୍ର ୯୭୦ଜଣ ସାମ୍ବାଦିକଙ୍କୁ ଟିକା ପ୍ରଦାନ ପରେ ଟିକା ଶିବିର ଉଠାଇ ଦିଆଗଲା। ସେହିପରି ୧୮ରୁ ୪୪ବର୍ଷ ବୟସର ସାମ୍ବାଦିକ ଟିକା ପାଇଲେ ନାହିଁ। ବିଏମ୍ସି ପକ୍ଷରୁ ଟିକା କୂପନ ପ୍ରଦାନ କଳାବଜାରି ଘଟଣା ପଦାକୁ ଆସିଛ, ଅଥଚ ସାମ୍ବାଦିକଙ୍କୁ କୁପନ କିମ୍ବା ଟିକା ମିଳୁନାହିଁ।

ସରକାରଙ୍କ ସ୍ୱାସ୍ଥ୍ୟ ବୀମାରେ ୬୯୪୪ଜଣଙ୍କ ନାମ ରହିଥିବା ବେଳେ ବହୁ ସାମ୍ବାଦିକ ଏହି ତାଲିକାରେ ନାହାଁନ୍ତି। ରାଜଧାନୀରେ ଅତି କମ୍ରେ ଓଡ଼ିଆ, ଇଂରାଜୀ ସମେତ ଅନ୍ୟାନ୍ୟ ଭାଷାରେ ଦୈନିକ ୮୦ରୁ ଉର୍ଦ୍ଧ ସମ୍ବାଦପତ୍ର ରହିଛି। ଅନେକ ବୈଦୁତିକ ଗଣମାଧ୍ୟମ, ୱେବ ଚ୍ୟାନେଲର ପ୍ରତିନିଧି ଗଣ ଓ ସମ୍ବାଦିକ ରାଜଧାନୀରେ ରହୁନ୍ତି। କାର୍ୟ୍ୟ ଅଧିକ ଥିବାରୁ କେହି କେହି ଭୁବନେଶ୍ୱର ଟିକା କେନ୍ଦ୍ରକୁ ମଧ୍ୟ ଆସିପାରି ନାହଁନ୍ତି। ଏଥି ସହ ବହୁ ସାମ୍ବାଦିକ ପ୍ରଥମ ଟିକା ହସ୍ପିଟାଲରେ ନେଇଛନ୍ତି। ହେଲେ ମାତ୍ର ୩ଦିନ ଶିବିର ପଡ଼ିବାରୁ ୯୭୦ଜଣ ସାମ୍ବାଦିକଙ୍କୁ ଟିକା ଦିଆଯାଇଥିଲା। ଆହୁରି ବହୁ ସାମ୍ବାଦିକ ଟିକା ନେବାରୁ ବଂଚିତ ରହିଛନ୍ତି। ସ୍ଥାନୀୟ ପ୍ରଶାସନର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଏ ନେଇ ଜଣାଲେ ମଧ୍ୟ କେହି ଶୁଣିବାକୁ ନାରାଜ। ଏପରି ସମସ୍ୟାକୁ ସାମାଧାନ କରିବାକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ସ୍ୱାସ୍ଥ୍ୟ ସଚିବ, ଗଣମାଧ୍ୟମ ବିଭାଗ ଉପଦେଷ୍ଟା ଏଥି ପ୍ରତି ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସାମ୍ବାଦିକ ମିଳିତ ମଞ୍ଚ ପକ୍ଷରୁ ଦାବି କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories