www.samajalive.in
Monday, December 15, 2025
14.1 C
Bhubaneswar

ଆଜିଠୁ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା : ଚଳଚଞ୍ଚଳ ମହିମା ଗାଦି

ଢେଙ୍କାନାଳ : ଆଜିଠାରୁ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ବିଶ୍ଵ ପ୍ରସିଦ୍ଧ ମାଘମେଳା ଆରମ୍ଭ ହୋଇଛି। ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡଦ୍ଵୀପ ପ୍ରଜ୍ବଳନ କରିବେ। ଏଥିଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ମଙ୍ଗଳବର ମାଘ ଶୁକ୍ଳ ଚତୁର୍ଦଶୀ, ବୁଧବାର ପୂର୍ଣ୍ଣମୀ ଏବଂ ୧୩ ତାରିଖ ଗୁରୁବାର ପ୍ରତିପଦା ୩ ଦିନ ଧରି ଝାଡଦୀପ ପ୍ରଜ୍ବଳନ ହେବ। ରାଜ୍ୟର ବିଭିନ୍ନ ସ୍ଥାନରୁ ମହିମା ସାଧୁମାନେ ଗାଦିରେ ବସିବା ନେଇ ବିଭିନ୍ନ ମଠ ପକ୍ଷରୁ ସୂଚନା ମିଳିଛି। ମାଘ ଶୁକ୍ଳ ଚତୁର୍ଦଶୀ ଏବଂ ପୂର୍ଣ୍ଣମୀ ଦୁଇ ଦିନ ଧରି ଗାଦି ମନ୍ଦିରର ଚାରି ମୁଖଶାଳାରେ  ବୃହତ୍ ଝାଡଦୀପ ପ୍ରଜ୍ବଳନ କରାଯିବ। ଝାଡଦୀପରେ ଘୃତାହୁତି କରି ଜଗତ ର ମଙ୍ଗଳ କାମନା କରାଯାଇଥାଏ। ମହିମା ଧର୍ମର ପବିତ୍ର ପୀଠ ଯୋରନ୍ଦା ମହିମା ଗାଦିରେ ୧୮୭୪ ମସିହାରେ ମହିମା ଗୋସାଇଁ ଯୋରନ୍ଦା ମାଘ ମେଳା ଆରମ୍ଭ କରିଥିଲେ। ସେବେଠାରୁ ଯୋରନ୍ଦାରେ ବାର୍ଷିକ ମାଘମେଳାରେ ସାଧୁ, ସନ୍ନାସୀ ଓ ଭକ୍ତ ସମବେତ ହୋଇ ଝାଡଦ୍ଵୀପରେ ଘୃତାହୁତି ପ୍ରଦାନ କରି ଆସୁଛନ୍ତି। ସେପଟେ ମେଳା ସୁପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ଦୁଇ ଥର ପ୍ରସ୍ତୁତି ବୈଠକ କରାଯାଇ ଶୃଙ୍ଖଳା ରକ୍ଷା , ରାସ୍ତାଘାଟର ଉନ୍ନତିକରଣ , ଆଲୋକୀକରଣ , ଗାଡି ପାର୍କିଂ , ପାନୀୟ ଜଳ, ସ୍ଵାସ୍ଥ୍ୟ ପରିମଳ ଆଦି କୁ ବିଶେଷ ଗୁରୁତ୍ଵ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories