ଚାକିରୀ କ୍ଷେତ୍ରରେ ଉନ୍ନତି ପାଇବାକୁ ଚାହୁଁଛନ୍ତି କି, କରନ୍ତୁ ଏହି ଉପାୟ

0

ସମସ୍ତେ ଚାହାନ୍ତି ଏକ ଭଲ ଚାକିରୀ। କିନ୍ତୁ ବେଳେବେଳେ ଉପଯୁକ୍ତ ଯୋଗ୍ୟତା ଥିବ ସତ୍ତେ୍ୱ କିଛି ବ୍ୟକ୍ତିଙ୍କୁ ଚାକିରୀ ମିଳିପାରି ନଥାଏ। ଜ୍ୟୋତିଷଙ୍କ ଅନୁସାରେ କିଛି ଗ୍ରହମାନଙ୍କ କାରଣରୁ ଏପରି ହୋଇଥାଏ। ସଫଳତା ଦିଗକୁ ଅଗ୍ରସର ହେଉଥିବା କାମ ମଝିରୁ ଅଟକି ଯାଏ। ଆସନ୍ତୁ ଜାଣିବା ଚାକିରୀ କ୍ଷେତ୍ରରେ ହେଉଥିବା ସମସ୍ୟାର ସମାଧାନ କିପରି କରିବା…

prayash


ଚାକିରୀ ପାଇବା ମାସର ପ୍ରଥମ ସୋମବାର ଦିନ ଏକ ଧଳା କପଡାରେ ଚାଉଳ ବାନ୍ଧି ମା କାଳୀଙ୍କୁ ଅର୍ପଣ କରନ୍ତୁ। କିଛି ଦିନ ପରେ ଆପଣଙ୍କ ଚାକିରୀରେ ହେଉଥିବ ସମସ୍ୟା ଦୂରେଇ ଯିବ।
ସକାଳୁ ଚଢେଇମାନଙ୍କୁ ଖାଇବାକୁ ଦିଅନ୍ତୁ। ପ୍ରତିଦିନ ଚଢେଇମାନଙ୍କୁ ସାତ ପ୍ରକାରର ଶସ୍ୟ ମିଶାଇ ଦିଅନ୍ତୁ। ଏହାଦ୍ୱାରା ଚାକିରୀ ଶୀଘ୍ର ମିଳି ଯାଇପାରିବ।


ହନୁମାନଙ୍କୁ ମଙ୍ଗଳବାର ଓ ଶନିବାର ଦିନ ପୂଜା କରନ୍ତୁ। ଉଡୁଥିବା ହନୁମାନଙ୍କ ଫଟୋ ଘରେ ଆଣି ରଖି ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଯିବ।
ସାକ୍ଷାତକାରକୁ ଯିବା ସମୟରେ ଘରୁ ଦହି ଓ ଚିନି ଖାଇ ଯାଆନ୍ତୁ। ଶୁଭଫଳ ମିଳିବ।
ଚାକିରା ସମ୍ବନ୍ଧୀୟ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଘରେ ଶାନ୍ତିର ବାତାବରଣ ରଖନ୍ତୁ। ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ପ୍ରଣାମ କରି ଯାଆନ୍ତୁ।

kalyan agarbati
Leave A Reply