www.samajalive.in
Monday, December 8, 2025
14.1 C
Bhubaneswar

୨୭ବର୍ଷ ପରେ ଜେଏନୟୁକୁ ମିଳିଲା ସଂଖ୍ୟାଲଘୁ ଅଧ୍ୟକ୍ଷ; ଜାଣନ୍ତୁ କିଏ ଏହି ଧନଞ୍ଜୟ

ସମାଜ ଡିଜିଟାଲ ଡେସ୍କ: ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ବାମପନ୍ଥୀ ସାମ୍ନାରେ ଚିତପଟାଙ୍ଗ ମାରିଛି ଏବିଭିପି । ବାମପନ୍ଥୀ ମାନେ ପୁଣି ଥରେ ଜେଏନୟୁରେ ନିଜର ଆଭିମୁଖ୍ୟ ଜାହିର କରିଛନ୍ତି । ଜେଏନୟୁରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସଚିବ ପାଇଁ ନିର୍ବାଚନ ହୋଇଥିଲା । ଯେଉଁଥିରେ ବିହାରର ପିଏଚଡି ଛାତ୍ର ଧନଞ୍ଜୟ ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ୪ବର୍ଷ ବ୍ୟବଧାନରେ ଶୁକ୍ରବାର ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍‍ ଆସୋସିଏସନ(ଏଆଇଏସ୍‍ଏ), ଡେମୋକ୍ରାଟିକ୍‍ ଷ୍ଟୁଡେଣ୍ଟସ୍‍ ଫେଡେରେସନ୍‍ (ଡିଏସ୍‍ଏଫ୍‍), ଷ୍ଟୁଡେଣ୍ଟସ୍‍ ଫେଡେରେସନ୍‍ ଅଫ୍‍ ଇଣ୍ଡିଆ (ଏସ୍‍ଏଫ୍‍ଆଇ) ଏବଂ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍‍ ଫେଡେରେସନ୍‍ (ଏଆଇଏସ୍‍ଏଫ୍‍) ଭଳି ବାମପନ୍ଥୀ ଗୋଷ୍ଠୀ ଆରଏସଏସ ସମର୍ଥିତ ଅଖିଲ ଭାରତୀୟ ବିଦ୍ୟାଧରଙ୍କ ବିରୋଧରେ ଏକ ମହାଗଠବନ୍ଧନ କରି ନିର୍ବାଚନ ଲଢିଥିଲେ । ଏଥିରେ ବାମପନ୍ଥୀ ଦଳ ବିଜୟ ହାସଲ କରିଛି ।

ଅଧ୍ୟକ୍ଷ ଭାବେ ଲଢିଥିବା ଧନଞ୍ଜୟ ଏବିଭିପିର ଉମେଶ ଚନ୍ଦ୍ର ଅଜମିରାଙ୍କୁ ୯୨୨ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଉପାଧ୍ୟକ୍ଷ ପଦ ପାଇଁ ଅଭିଜିତ୍‍ ଘୋଷ (ବାମପନ୍ଥୀ) ଦୀପିକା ଶର୍ମା (ଏବିଭିପି)କୁ ୯୨୭ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ସାଧାରଣ ସମ୍ପାଦକ ପଦ ପାଇଁ ପ୍ରିୟଙ୍କା ଆର୍ଯ୍ୟ(ବାମ ଦଳ ସମର୍ଥିତ) ଅର୍ଜୁନ ଆନନ୍ଦ(ଏବିଭିପି)କୁ ୯୨୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ସେହିପରି ଯୁଗ୍ମ ସଚିବ ପଦ ପାଇଁ ମହମ୍ମଦ ସାଜିଦ(ବାମ) ଗୋବିନ୍ଦ ଡାଙ୍ଗି(ଏବିଭିପି)କୁ ୫୦୮ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

- Advertisement -

କିଏ ଏହି ଧନଞ୍ଜୟ
ଏହି ନିର୍ବାଚନ ପରେ ଲୋକମାନେ ଗୁଗଲରେ ଧନଞ୍ଜୟ ନାମ ଅଧିକ ସର୍ଚ୍ଚ କରିଛନ୍ତି । କିଏ ଏହି ଧନଞ୍ଜୟ ତାହା ଜାଣିବାକ ସମସ୍ତଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି । ସ୍କୁଲ ଅଫ୍‍ ଆର୍ଟ ଆଣ୍ଡ ଆଷ୍ଟେଟିକ୍ସର ପିଏଚଡି ଛାତ୍ର ଧନଞ୍ଜୟ ବିହାରର ଗୟା ନିବାସୀ । ୧୯୯୬ରେ ଅଧ୍ୟକ୍ଷ ପଦ ଜିତିଥିବା ଡକ୍ଟର ବଟ୍ଟି ଲାଲ ବୈରୱାଙ୍କ ପରେ ଧନଞ୍ଜୟ ହେଉଛନ୍ତି ପ୍ରଥମ ଦଳିତ ସଭାପତି । ଗଣମାଧ୍ୟମରେ ନିଜର ମନ୍ତବ୍ୟ ଦେଇ ଧନଞ୍ଜୟ କହିଛନ୍ତି ଯେ ଜେଏନୟୁରେ ଘୃଣା ଓ ହିଂସା ରାଜନୀତି ବିରୋଧରେ ବିଜୟ ହାସଲ କରିଛୁ । ଛାତ୍ରଛାତ୍ରୀ ମାନେ ତାଙ୍କ ଉପରେ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଧନଞ୍ଜୟ । ଆମେ ସେମାନଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିବୁ । କ୍ୟାମ୍ପସରେ ମହିଳାଙ୍କ ସୁରକ୍ଷା, ପାଣ୍ଠି ହ୍ରାସ, ଛାତ୍ରବୃତ୍ତି ବୃଦ୍ଧି, ଭିତ୍ତିଭୂମି ଏବଂ ଜଳ ସଙ୍କଟ ଦୂର କରିବା ମୁଖ୍ୟ ଏଜେଣ୍ଡା ହେବ ବୋଲି ଧନଞ୍ଜୟ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories