www.samajalive.in
Saturday, December 6, 2025
14.1 C
Bhubaneswar

ହାଇକୋର୍ଟଙ୍କ ସବୁଜ ସଙ୍କେତ; ରେଙ୍ଗାଲିରେ ଖୋଲିବ ଜେଏମ୍‍ଏଫସି ଅଦାଲତ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲିଠାରେ ସିଭିଲ୍‍ ଜଜ୍‍ ଜୁନିୟର ତଥା ଜେ.ଏମ୍‍.ଏଫ.ସି ଅଦାଲତ ଖୋଲାଯିବା ଏକ ପ୍ରକାର ନିଶ୍ଚିତ ବୋଲି ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ଆସିଥିବା ନିର୍ଦ୍ଦେଶନାମାରୁ ଜଣାପଡିଛି। ମାନ୍ୟବର ହାଇକୋର୍ଟଙ୍କ ସ୍ପେସାଲ୍‍ ଅଫିସର(ଏଡ୍‍ମିନ୍‍) ବାସୁଦେବ ଆଚାର୍ୟ୍ୟଙ୍କ ପତ୍ର ସଂଖ୍ୟା ୭୩୫ଏକ୍ସଭିଆଇଆଇଆଇ-୦୨/୨୦୧୫ ତାରିଖ ୭/୮/୨୦୨୦ରେ ମାନ୍ୟବର ଜିଲ୍ଲା ଏବଂ ସେସନ୍ସ ଜଜ୍‍ଙ୍କ ପାଖକୁ ପଠାଇଥିବା ଚିଠି ଅନୁଯାୟୀ ରେଙ୍ଗାଲିରେ ସିଭିଲ୍‍ ଜଜ୍‍ ଜୁନିୟର ତଥା ଜେ.ଏମ୍‍.ଏଫ.ସି ଅଦାଲତ ଖୋଲାଯିବା ଏବଂ ପରିଚାଳନା ପାଇଁ ଆନୁସଙ୍ଗିକ ତଥା ଆବଶ୍ୟକ ଭିତ୍ତିଭୂମିର ବ୍ୟବସ୍ଥା (ଘରୋଇ ହେଉ କି ସରକାରୀ) ସଂକ୍ରାନ୍ତରେ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ବିଷୟ ଜଣାପଡିଲା ପରେ ରେଙ୍ଗାଲି ଅଞ୍ଚଳବାସୀ ଙ୍କ ମଧ୍ୟ ରେ ଆନନ୍ଦ ପ୍ରକାଶ ପାଇଛି। ଅଦାଳତ ପ୍ରତିଷ୍ଠା ପାଇଁ ଲୋକେ ଦୀର୍ଘ ୭ ଦିନରୁ ଦାବୀ କରି ଆସୁଥିଲେ ଦାବୀ ପୂରଣ ହୋଇଥିବାରୁ ଏହି ନିଷ୍ପତ୍ତିକୁ ସମସ୍ତ ମହଲରେ ସ୍ୱାଗତ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories