www.samajalive.in
Sunday, December 7, 2025
15.1 C
Bhubaneswar

ରବିବାର ରାଶିଫଳ(୯/୮/୨୦୨୦)

ମେଷ: ଅର୍ଥ ପାଇଁ ଅନର୍ଥ ଉପୁଜିପାରେ। କର୍ମଚଞ୍ଚଳ ରହିବେ। ଏକାନ୍ତରେ ରହିପାରନ୍ତି। ଆଖିରେ ସାମାନ୍ୟ ପୀଡ଼ା ଦେଖାଦେଇପାରେ। ମଧୁରଭାଷୀ ଭାବେ ପରକୁ ଆପଣାର କରିପାରନ୍ତି। ରାଜଯୋଗ ଅଛି।
ବୃଷ: ଆୟବୃଦ୍ଧିର ସୂଚନା ମିଳୁଛି। ଶରୀର ସୁସ୍ଥ ରହିବ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତ ହେବେ। ଯାତ୍ରା ଶୁଭ ହେବ।
ମିଥୁନ: ଆଦର-ସମ୍ମାନ ମିଳିବ। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ସରକାରଙ୍କ ପ୍ରିୟପାତ୍ର ହୋଇ ଧନ ଅର୍ଜନ କରିବେ। ସୁଖଭୋଗ ରହିଛି।
କର୍କଟ: ଶ୍ରମସାର୍ଥକ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ଦିନଟି ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନ-ଯାପନ କରିବେ। ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ ହୋଇପାରନ୍ତି। ଉଦ୍ୟୋଗୀ ହେବେ।
ସିଂହ: ଆଳସ୍ୟ ପରାୟଣ ହୋଇପାରନ୍ତି। ଈର୍ଷା ପରାୟଣ ହେବେ। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ସାମାନ୍ୟ ମାତ୍ରା​‌େ​‌ର ଲାଭଦାୟକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ସାମାନ୍ୟ ଅସୁସ୍ଥ ହେବେ।
କନ୍ୟା: କର୍ମକ୍ଷେତ୍ରରେ ପଶ୍ଚାତ୍‌ପଦ ହେବାର ପ୍ରଶ୍ନ ଉଠୁନାହିଁ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଗ୍ରହଣ କରିପାରନ୍ତି। ବେଳେବେଳେ ମନରେ ଅହଂଭାବ ଜାଗ୍ରତ ହୋଇପାରେ। ପତ୍ନୀଙ୍କ କଥା ମାନିବେ।
ତୁଳା: ଯାତ୍ରା ଶୁଭଦାୟକ ହେବ। ବନ୍ଧୁମିଳନରେ ବିଶେଷ ଉପକୃତ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁଜୟୀ ହୋଇପାରନ୍ତି।
ବିଛା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ଅଧିକ ଧନ ଲାଭ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ଦାୟିତ୍ବ ସମ୍ପନ୍ନ ହେବେ।
ଧନୁ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ପରିଶ୍ରମୀ ଓ ବୁଦ୍ଧିମାନ ହେବେ। ଯାନବାହନ ସୁଖ ମିଳିବ।
ମକର: ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁର ଭାଷୀ ହେବେ। ଆଦରଣୀୟ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ ହେବେ।
କୁମ୍ଭ: ଭାଗ୍ୟଶାଳୀ ହୋଇପାରନ୍ତି। ସହନଶୀଳ ଓ ମଧୁରଭାଷୀ ହେବେ। ଉଦାର ସ୍ବଭାବର ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କ ସହାୟତା ମିଳିବ। ବ୍ୟବସାୟ ଲାଭଜନକ ହେବ। ଅର୍ଥ ମିଳିବା।
ମୀନ: ନର-ନାରାୟଣଙ୍କ ଆଶୀର୍ବାଦ ମିଳିବ। ରୋଜଗାର ଆଶାନୁରୂପ ହେବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥପ୍ରାପ୍ତି ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories