ଜେକେଏଲ୍ଏଫ୍କୁ ନିଷେଧ ଘୋଷଣା କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ ..- କାଶ୍ମୀର ବିଚ୍ଛିନ୍ନତା ବାଦୀ ୟାସିନ୍ ମଲ୍ଲିକଙ୍କ ଜେକେଏଲ୍ଏଫ୍ ବା ଜାମ୍ମୁ କାଶ୍ମୀର ଲିବେରସନ୍ ଫ୍ରଣ୍ଟ କୁ ନିଷେଧ ଘୋଷଣା କରିଛନ୍ତି । ଏହି ସଂସ୍ଥା ଉଗ୍ରବାଦୀ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିବାରୁ ଏହାକୁ ନିଷେଧ ଘୋଷଣା କରାଯାଇଛି । ଆତଙ୍କବାଦୀ ନିରୋଧ ଆଇନ ବଳରେ ଏହାକୁ ନିଷେଧ ଘୋଷଣା କରାଯାଇଛି । ପୁଲଓ୍ୱମା ଆକ୍ରମଣର ୮ ଦିନ ପରେ ୟାସିନ ମଲ୍ଲିକଙ୍କୁ ଗିରଫ କରାଯାଇଥିଲା । ୨୨ ଫେବ୍ରୁଆରୀରେ ତାଙ୍କୁ ଗିରଫ କରାଯାଇଥିଲା ।
Union Home Secretary Rajiv Gauba: Central govt has today declared Jammu Kashmir Liberation Front (Yasin Malik faction) as unlawful association under Unlawful Activities (Prevention) Act, 1967. This is in accordance with policy of zero tolerance against terrorism followed by govt. pic.twitter.com/AmibBNpEQg
— ANI (@ANI) March 22, 2019