www.samajalive.in
Tuesday, December 9, 2025
15.1 C
Bhubaneswar

ଅଗଷ୍ଟ ମାସରେ ୪ଜି ଡାଉନଲୋଡ ସ୍ପିଡ଼ ଚାର୍ଟରେ ଜିଓ ସର୍ବାଗ୍ରେ: ଟ୍ରାଇ

ମୁମ୍ବଇ: ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ କ୍ଷେତ୍ରରେ ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ଅଗଷ୍ଟ ୨୦୧୯ ମାସ ପାଇଁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ ଚାର୍ଟରେ ସର୍ବପ୍ରଥମ ସ୍ଥାନରେ ରହିଛି। ଅଗଷ୍ଟ ମାସରେ ଜିଓ ସେକେଣ୍ଡ ପ୍ରତି ହାରାହାରି ୨୧.୩ ମେଗାଵିଟ (ଏମବିପିଏସ) ଡାଉନଲୋଡ଼ ସ୍ପିଡ଼ ହାସଲ କରିବା ସହିତ ଜୁଲାଇ ମାସରେ ରହିଥିବା ଏହାର ହାରାହାରି ଡାଉନଲୋଡ଼ ବେଗ ୨୧ ଏମବିପିଏସ ତୁଳନାରେ ଉନ୍ନତି ଆଣିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସମ୍ପୂର୍ଣ୍ଣ ୨୦୧୮ ବର୍ଷରେ ସମସ୍ତ ୧୨ ମାସରେ ସର୍ବାଧିକ ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଜିଓ ଦ୍ରୁତତମ ୪ଜି ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ରହିଥିଲା। ଚଳିତ ବର୍ଷ ମଧ୍ୟ ବିଗତ ଆଠ ମାସରେ ଦ୍ରୁତତମ ଡାଉନଲୋଡ଼ ସ୍ପିଡ଼ ସହିତ ଜିଓ ସର୍ବାଗ୍ରେ ରହିଛି। ଅଗଷ୍ଟ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ହାରାହାରି ଡାଉନଲୋଡ ସ୍ପିଡ଼ରେ ଜିଓ ପରେ ଦ୍ଵିତୀୟ ସ୍ଥାନରେ ରହିଥିବା ଭାରତୀ ଏୟାରଟେଲ ସେକେଣ୍ଡ ପ୍ରତି ହାରାହାରି ୮.୨ ମେଗାଵିଟ ଡାଉନଲୋଡ଼ ସ୍ପିଡ଼ ହାସଲ କରିଥିବାବେଳେ ଏହା ଜୁଲାଇ ମାସର ୮.୮ ମେଗାଵିଟ ଡାଉନଲୋଡ଼ ସ୍ପିଡ଼ ତୁଳନାରେ ହ୍ରାସ ପାଇଛି। ସେହିଭଳି ଭୋଡାଫୋନ ଅଗଷ୍ଟ ମାସରେ ସେକେଣ୍ଡ ପ୍ରତି ହାରାହାରି ୭.୭ ମେଗାଵିଟ ଏବଂ ଆଇଡ଼ିଆ ୬.୧ ମେଗାଵିଟ ଡାଉନଲୋଡ଼ ସ୍ପିଡ଼ ହାସଲ କରିଥିବା ଏହି ସ୍ପିଡ଼ ଚାର୍ଟରେ ପ୍ରକାଶ ପାଇଛି।ଉଲ୍ଲେଖଯୋଗ୍ୟଯେ ଭିଡ଼ିଓ ଦେଖିବା, ଇଣ୍ଟରନେଟ ବ୍ରାଉଜ଼ କରିବା, ଇ-ମେଲ ଆକ୍ସେସ ଇତ୍ୟାଦି ପାଇଁ ଡାଉନଲୋଡ ସ୍ପିଡ଼ ବେଶ ଗୁରୁତ୍ୱ ବହନ କରିଥାଏ। ତେବେ ଅଗଷ୍ଟ ମାସରେ ୪ଜି ଅପଲୋଡ ସ୍ପିଡ଼ରେ ଭୋଡାଫୋନ ସେକେଣ୍ଡ ପ୍ରତି ହାରାହାରି ୫.୫ ମେଗାଵିଟ ସ୍ପିଡ଼ ସହିତ ଆଗରେ ରହିଥିବାବେଳେ ଏହା ଜୁଲାଇ ମାସର ୫.୮ ମେଗାଵିଟ ଅପଲୋଡ ସ୍ପିଡ଼ ତୁଳନାରେ ହ୍ରାସ ପାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଅଗଷ୍ଟ ମାସରେ ଏୟାରଟେଲ ୫.୧ ଏମବିପିଏସ, ଜିଓ ୪.୪ ଏମବିପିଏସ ଓ ଆଇଡ଼ିଆ ୩.୧ ଏମବିପିଏସ ଅପଲୋଡ ସ୍ପିଡ଼ ହାସଲ କରିଥିବା ପ୍ରକାଶ ପାଇଛି। ପ୍ରତି ମାସ ପାଇଁ ଏହି ହାରାହାରି ୪ଜି ଡାଉନଲୋଡ଼ ଓ ଅପଲୋଡ଼ ସ୍ପିଡ଼ ଟ୍ରାଇ ଦ୍ୱାରା ବାସ୍ତବ ସମୟରେ ମାଇଁ ସ୍ପିଡ଼ ଆପ୍ସ ଜରିଆରେ ସଗୃହିତ ତଥ୍ୟ ଓ ପରିସଂଖ୍ୟାନର ଆକଳନ କରି ପ୍ରସ୍ତୁତ କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories