ବାଲିରୁ ଉଠି ସମୁଦ୍ରକୁ ଗଲା ଜିନ୍‍ ହ୍ୱା ୩୨

0

ପୁରୀ: ବାଲିରୁ ଉଠି ସମୁଦ୍ରକୁ ଗଲା ମାଲେସିଆ ଜାହାଜ ଜିନ୍‍ ହ୍ୱା ୩୨। ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସିଙ୍ଗାପୁର ଜାହାଜ ଏମଭି-ଚିତା ଏବଂ ମାଲେସିଆରୁ ଆସିଥିବା ୧୫ ଜଣିଆ ଟିମ ଘଣ୍ଟା ଘଣ୍ଟା ଧରି ଉଦ୍ୟମ ପରେ ବାଲିରୁ ଉଠି ସମୁଦ୍ର ମଧ୍ୟକୁ ଯାଇଛି ଚିଲିକାର ରାଜହଂସରେ ଲାଗିଥିବା ଏହି ମାଲେସିଆ ପଣ୍ୟବାହୀ ଜାହାଜ ଜିନ୍‍ ହ୍ୱା ୩୨। ଏଠାରେ ସୂଚନାଯୋଗ୍ୟ ଅଗଷ୍ଟ ୭ ତାରିଖରେ ଯାନ୍ତ୍ରୀକ ତୃଟି ଯୋଗୁ ଗଭୀର ସମୁଦ୍ରରୁ ଦିଗହରା ହୋଇ ରାଜହଂସ କୂଳରେ ଲାଗିଥିଲା ଏହି ମାଲେସୀୟ ଜାହାଜ। ଏହି ଜାହାଜଟି ଅଟକି ରହିବାପରେ ଏଥିରେ ଥିବା ତେଲ ଲିକ୍‍ ହେବାର ଆଶଙ୍କା ଲାଗିରହିଥିଲା। ଜାହାଜରେ ଥିବା ତେଲ ଲିକ୍‍ ହେଲେ ଏହା ଚିଲିକାର ଜୈବ ବିବିଧତା ପାଇଁ ଘୋର ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଥିଲା। ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେବା ସହ ଜାହାଜରୁ ତେଲକୁ ସୁରକ୍ଷିତ ଭାବେ ନିଷ୍କାସନ କରିବାର ବ୍ୟବସ୍ଥା କରିଥିଲେ।

kalyan agarbati
Leave A Reply